ଗଞ୍ଜାମ ଯୁବ ଜନତା ଦଳର ରକ୍ତଦାନ କାର୍ଯ୍ୟକ୍ରମ; ୧୫୩ ୟୁନିଟ ରକ୍ତ ସଂଗୃହୀତ ।

0 286

ଦିଗପହଣ୍ଡି,୦୪/୦୬(ପିପିଟି); ଗଞ୍ଜାମ ଜିଲ୍ଲା ବିଜୁ ଯୁବ ଜନତା ଦଳ ଓ ଓଡିଶା ମୋ ପରିବାର ପକ୍ଷରୁ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଶପଡ଼ା ପଞ୍ଚାୟତର କେ.ସାମନ୍ତରାପୁର ଗ୍ରାମରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଛି । କରୋନା ମହାମାରୀର ଭୟାନକତା ମଧ୍ୟରେ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଭବିଷ୍ୟତରେ ଯେପରି ଗଞ୍ଜାମ ଜିଲ୍ଲା ବାସି ରକ୍ତ ଅଭାବ ପାରିଲିଖିତ ନ କରନ୍ତି ତାହାକୁ ଦୃଷ୍ଟିରେ ରଖି କେ. ସାମନ୍ତରାପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ଶିବିର ଆୟୋଜିତ ହୋଇ ୧୫୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ହିଞ୍ଜିଳି, ଛତ୍ରପୁର, କୁକୁଡାଖଣ୍ଡି, କବିସୂର୍ଯ୍ୟନଗର, ବ୍ରହ୍ମପୁର, ଖଲ୍ଲିକୋଟ, ଆସିକା, ଗୋପାଳପୁର, ପୋଲସରା ଆଦି ମଣ୍ଡଳୀରୁ ବହୁ ସଂଖ୍ୟାରେ ଯୁବ କର୍ମକର୍ତ୍ତା ଉପସ୍ଥିତ ରହି ସ୍ୱଇଚ୍ଛାରେ ରକ୍ତଦାନ କରିବା ସହ ରାଜ୍ୟ ସରକାରଙ୍କ କରୋନା କଟକଣାକୁ ଅନୁପାଳନ କରି ସାମାଜିକ ଦୂରତା ରକ୍ଷାକରି ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା I ଓଡିଶା ବିଧାନସଭା ବାଚସ୍ପତି ତଥା ସ୍ଥାନୀୟ ବିଧାୟକ ଡ଼.ସୂର୍ଯ୍ୟ ନାରାୟଣ ପାତ୍ର ଭିଡ଼ିଓ କନଫରେନ୍ସ ମାଧ୍ୟମରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ସ୍ଥାନୀୟ ତହସିଲଦାର ଆଦିତ୍ୟ କୁମାର ସ୍ୱାଇଁ, ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ ସେଠି, ଗଞ୍ଜାମ ଜିଲ୍ଲା ଯୁବ ଜନତା ଦଳ ସଭାପତି ଲକ୍ଷ୍ମଣ ଚୌଧୁରୀ, ଦିଗପହଣ୍ଡି ବ୍ଳକ ଯୁବନେତା ଏମ. ନିରଞ୍ଜନ ରେଡ୍ଡୀ,ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ସୁବାଷ ମହାରଣା,ରାଜ୍ୟ ଛାତ୍ର ସମ୍ପାଦକ ରାମହରି ମହାରଣା,ଛାତ୍ର ବିଜେଡ଼ି ସଭାପତି ପ୍ରଶାନ୍ତ ପଣ୍ଡା,ପୂର୍ବତ୍ତନ ଜିଲ୍ଲା ସମବାୟ ସଙ୍ଘ ସଭାପତି ସନାତନ ସଂଗ୍ରାମ ସିଂ, ଯୁବନେତା ରାଜନିଶ ମିଶ୍ର, ସୁକୁଟା ମହାରଣା, ପ୍ରମିଦ ପ୍ରଧାନ, ସୁନିଲ ଗୌଡ଼, ଗଣେଶ ରେଡ୍ଡୀ,ରାଜେଶ ମହାରଣା, ସଞ୍ଜୟ ପାଣିଗ୍ରାହୀ ଓ ଗାନ୍ଧୀ ଡୋରା ପ୍ରମୁଖ ସମେତ ବହୁ ସଂଖ୍ୟକ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.