ମାଲକାନଗିରି ,ତା:୦୩/୦୬(ପିପିଟି); ଆଜି କାଲିମେଳା ସାଉଥକୋ ବିଦ୍ଯୁତ ବିତରଣ କେନ୍ଦ୍ରରେ ଠାରେ ଏକ ସପ୍ତାହ ବ୍ଯାପି ୧୩ ଜଣ ଶ୍ରମିକ ବୈପାରୀଗୁଡା ଅଞ୍ଚଳରୁ ଆସି ନିର୍ମାଣାଧିନ କାର୍ଯ୍ଯ କରୁଥିବା ବେଳେ ୩ ଜଣ ବାଳ ଶ୍ରମିକଙ୍କୁ ନିୟୋଜନ କାରାଯାଇଥିଲା । ଶ୍ରଦ୍ଧା ଇଣ୍ଟରପ୍ରାଜର୍ସ ନାମକ ଏକ କମ୍ପାନୀ କାଲିମେଳା ବିଦ୍ଯିତ ବିତରଣ କେନ୍ଦ୍ରରେ ଏକ କୋଠା ନିର୍ମାଣ କରୁଥିବା ବେଳେ ଅଭିଯୋଗ ପରେ ୩ ଜଣ ବାଳ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଆଜି ମାଲକାନଗିରି ସଦର ମହକୁମାରରେ ଥିବା ଶିଶୁ ଗୃହରେ ରଖାଯାଇଛି । ଏହି ୩ ଜଣ ବାଳ ଶ୍ରମିକମନେ ହେଲେ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକର ହାତୀପାକନା ଗ୍ରାମର ବୋଲି ଜଣା ପଡିଛି । ୩ ଜଣଙ୍କ ମଧ୍ଯରୁ ୨ ଜଣ ବାଳକ ଏବଂ ଜଣେ ବାଳିକା ନିର୍ମାଣ କାର୍ଯ୍ଯରେ ନିୟୋଜିତ ଥିଲେ !ବାଳିକାଟିର ବୟସ ୧୩ ହୋଇଥିବା ବେଳେ ବାଳକ ଦୁଇଟିର ବୟସ ୧୪ଏବଂ ୧୬ ବୋଲି ଜଣା ପଡିଛି । ବର୍ତ୍ତମାନଙ୍କୁ ସ୍କୁଲ ବନ୍ଦ ଥିବାରୁ ସେମାନେ ଏହି ଶ୍ରମଦାନ କରୁଥିବା ବେଳେ ସେମାନଙ୍କୁ ଦୈନିକ ୧୫୦ ମଜୁରୀ ଦିଆ ଯାଉଥିବା କୁହାଯୀଇଛି । ଖବର ପାଇ ମାଲକାନଗିରି ଜିଲ୍ଲା ଶ୍ରମ ବିଭାଗରେ କାର୍ଯରତ ସହକାରୀ ଶ୍ରମ ଅଧିକାରୀ ବିଷ୍ଣୁ ରଂଜନ କହଁର ଏବଂ କାଲିମେଳା ଚାଇଲ୍ଡ ଲାଇନର ଟିମ ଲିଡର କେ.ମିଶାଲ ରାଜୁ ୩ ଜଣଙ୍କୁ ଉଦ୍ଧାର କରି ଆଜି ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ଯାଳରେ ଉପସ୍ଥିତ କରାଯାଇଥିଲା ।ଡିସିପିଓ ନାରାୟଣ ଦାସ କହିଛନ୍ତି ଯେ ଆସନ୍ତା କାଲି ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରାଯିବ । ବର୍ତ୍ତମାନ ୩ ଜଣଙ୍କୁ ପରିବର୍ତ୍ତନ ସ୍ବେଛାସେବୀ ଅନୁଷ୍ଠାନର ଶିଶୁ ଗୃହରେ ରଖା ଯାଇଛି । ଘଟଣା ସ୍ଥଳରେ ଠିକାଦାର ନଥିବା ଜଣା ପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)