ବିଦ୍ୟୁତ ତାର ଲାଗି ବାଳକ ର ଅକାଳ ମୃତ୍ୟୁ ।

0 321

ବାଲିଗୁଡା,୦୩/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତର ପସରଡ଼ି ଗ୍ରାମରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ତୀରଜ ପାଟମାଝି ନାମକ ଏକ ବାଳକ ସିର୍ଲା ମୁଖ୍ୟ ବଜ଼ାର ର ଦୋକାନ ରୁ କିଛି ଜିନିଷ କିଣିସାରିବା ପରେ ନିଜ ଦାଦା ସହିତ ନିଜ ଗ୍ରାମ ପସରଡ଼ି କୁ ଫେରୁଥିବା ବେଳେ ତଳେ ଭୂମି ତଳେ ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ । ପ୍ରକାଶ ଯେ, ଗତ ଗୁରୁବାର ଦିନ ପ୍ରବଳ ବର୍ଷା ଏବଂ ପବନ ହେବା ଫଳରେ ବିଦ୍ୟୁତ ତାର ପୋଲରୁ ଖସି ତଳେ ପଡିଥିଲା । ତାର ଖସିବା ପରେ ଗ୍ରାମବାସୀ ବିଦ୍ୟୁତ ବିଭାଗ ରେ କାର୍ଯ୍ୟ କରୁଥିବା ବୁଲୁ ମାଝୀଙ୍କୁ ଜଣାଇଥିଲେ ମଧ୍ୟ ସେ ପଇସା ଦେଲେ କାମ କରିବି ନହେଲେ ନାହିଁ ବୋଲି କହିଥିଲେ ଯାହା ଫଳରେ ସେହି ତାର ର ସଂସ୍ପର୍ଶରେ ଆସି ବାଳକ ର ମୃତ୍ୟୁ ଘଟିଛି । ବିଦ୍ୟୁତ ବିଭାଗ ର ଅବହେଳା ଏବଂ ଦୁର୍ବଳତା ଯୋଗୁ ଏପରି ଘଟଣା ଘଟିଛି ବୋଲି ଗ୍ରାମ ବାସି କ୍ଷତି ପୂରଣ ଦାବିରେ ଶବକୁ ବ୍ୟବଛେଦ ପାଇଁ ନେବାକୁ ମନା କରିଥିଲେ । ଘଟଣା ପରେ ଗ୍ରାମବାସୀ ସ୍ଥାନୀୟ ପୋଲିସ ଥାନା ରେ ଅଭିଯୋଗ କରିଥିଲେ ଏବଂ ତୁମୁଡିବନ୍ଧ ବିଦ୍ୟୁତ ବିଭାଗକୁ ଜଣାଇଥିଲେ ଘଟଣା ସ୍ଥଳରେ ପୋଲିସ ଏବଂ ବିଦ୍ୟୁତ ବିଭାଗ କର୍ମଚାରୀ ଆସି ସ୍ଥିତି ପରଖିଥିଲେ ଏବଂ ଶବ ଉଠାଇବାକୁ ବର୍ତ୍ତମାନ ୨୦ ହଜାର ଦେବାକୁ କହିଥିଲେ ଏବଂ ଆଗାମୀ ଦିନରେ ସରକାରୀ ନିୟମାବଳୀ ଦ୍ଵାରା ଦାବି ପୂରଣ କରିବାକୁ ପ୍ରତିଶୃତି ଦେଇ ଶବ କୁ ଘଟଣା ସ୍ଥଳରୁ ଉଠାଇଥିଲେ । ଲାଞ୍ଚ ନଦେଲେ କାମ କରିବିନି କହୁଥିବା ବୁଲୁମାଝିଙ୍କ ପାଖକୁ ଯାଇ ତାଙ୍କ ତଥ୍ୟ ସଂଗ୍ରହ କରିଥିଲୁ ସେ ତାକୁ ମିଥ୍ୟା ପ୍ରକାଶ କରିଥିଲେ । କିନ୍ତୁ ଅନ୍ୟପଟେ ଗ୍ରାମବାସୀ ବୁଲୁ ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଲିଗୁଡା ଉପଖଣ୍ଡ ବିଦ୍ୟୁତ ବିଭାଗ ଏସଡିଓ ଙ୍କୁ ଅନୁରୋଧ କରିଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.