କରୋନରେ ବ୍ଯବସାୟୀ ଶାନ୍ତିଲାଲଙ୍କ ଦେହାନ୍ତ ।

0 83

ମାଲକାନଗିରି,ତା:୦୩/୦୬(ପିପିଟି); ମାଲକାନଗିରି ଜିଲ୍ଲାର ଜଣେ ଅଗ୍ରୀଣ ସଫଳ ବ୍ଯବସାୟୀ ଶାନ୍ତିଲାଲ ସୋମାନିଙ୍କ ଆଜି ବ୍ରହ୍ମ ମୁହୂର୍ତ୍ତରେ କରୋନାରେ ସଂକ୍ରମିତ ହୋଇ ଦେହାନ୍ତ ହୋଇଥିବା ଜଣା ପଡିଛି । ପ୍ରାପ୍ତ ସୂଚନା ଅନୁସାରେ ଶାନ୍ତିଲାଲଙ୍କର କିିଡିନ୍ ଓ ହର୍ଟ୍ ସମସ୍ଯା ରହିଥିଲା । ତେଣୁ ସେ ରାୟପୁର ହସ୍ପିଟାଲରେ ମଝିରେ ମଝିରେ ଚିକିତ୍ସିତ ହୋଇ ଆସୁଥିଲେ । ଗତ ଜୁନ୍ ପହିଲାରେ ତାଙ୍କ ସ୍ବାସ୍ଥ୍ଯ ଖରାପ ହେବାରୁ ମାଲକାନଗିରି ସଦର ମହକୁମା ସ୍ଥିତ ତାଙ୍କ ବାସଭବନରୁ ତୁରନ୍ତ ସ୍ଥାନାନ୍ତର କରାଯାଇ ରାୟପୁର ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କରୋନା ପରୀକ୍ଷା କରାଗଲା ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣା ପଡିଥିଲା । ଆଜି ବ୍ରହ୍ମ ମୁହୂର୍ତ୍ତରେ
ରାୟପୁର ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ଜଣା ପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା !ସେ ଜଣେ ଶାନ୍ତଶିଷ୍ଠ,ପରୋପକାରୀ,ସମାଜସେବୀ,ଧର୍ମ ପରାୟଣ ,ମିଷ୍ଠ ଭାଷୀ ବ୍ଯକ୍ତିଥିଲେ ।ମାଲକାନଗିରିରେ ଆୟୋଜିତ ଯେ କୌଣସି ଉତ୍ସବରେ ତାଙ୍କର ପୂର୍ଣ୍ଣ ସହଯୋଗ ରହୁଥିଲା ।ମାଲକାନଗିରିରେ ତାଙ୍କର ଧାନ ମିଲ, ପେଟ୍ରୋଲ ପମ୍ପ,ଲୁଗା ବ୍ଯବସାୟ,ହୋଟେଲ୍,କନଷ୍ଟ୍ରକ୍ସ,ହାର୍ଡୱେର ଆଦି ବିଭିନ୍ନ ବ୍ଯବସାୟ ରହିଛି । ଦୁଃଖଦ ଖବର ଶୁଣି ତାଙ୍କ କନିଷ୍ଠ ଭାଇ ସୁରେଶ ସୋମାନି ରାୟପୁର ଗସ୍ତ କରିଛନ୍ତି ।କୋଭିଡ ନିୟମ ଅନୁସାରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର ହେବାର ନିୟମ ନଥିବାରୁ ରାୟପୁରରେ ହିଁ ସରକାରୀ ଭାବେ ଅନ୍ତେଷ୍ଟି କାର୍ଯ୍ଯ ସଂପନ୍ନ ହେବ । ତାଙ୍କ ବିୟୋଗରେ ମାଲକାନଗିରି ଜିଲ୍ଲା ଜଣେ ସଫଳ ବ୍ଯବସାୟୀଙ୍କୁ ହରାଇବା ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.