ପୂର୍ବତନ ସରପଞ୍ଚଙ୍କ କୋରନାରେ ମୃତ୍ଯୁ ।

0 231

ବେଲଗୁଣ୍ଠା,୦୨/୦୬(ପିପିଟି), ୨୪ ଘଣ୍ଟାରେ ଦୁଇ ବିଜେଡି ନେତାଙ୍କ କୋରନାରେ ଜୀବନ ଦୀପ ଲିଭିଗଲା । ଏହାକୁ ନେଇ ଅଂଚଳରେ ଵୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଖବର ପ୍ରକାରେ ଆଜି ବ୍ଳକ୍ ର ଦୁଇ ଟାଣୁଆ ବିଜେଡ଼ି ନେତା ତଥା ଜଣେ ସରପଞ୍ଚ ଏବଂ ଜଣେ ପୁର୍ବତନ ସରପଞ୍ଚଙ୍କ ମୃତ୍ୟୁ ସମଗ୍ର ଅଞ୍ଚଳରେ ଦୁଃଖ ଏବଂ ଆତଙ୍କର ବାତାବରଣ ସୃଷ୍ଟି ହେଇଛି । ସୂଚନା ପ୍ରକାରେ ମଙ୍ଗଳବାର ସକାଳେ ଉଢୁରା ସରପଞ୍ଚ ଟୁକୁନା ସାମଲ୍ ବ୍ରହ୍ମପୁରସ୍ଥିତ ଟାଟା କୋଭିଡ ହସ୍ପିଟାଲ୍ ରେ ଆଖି ବୁଜିଥିବା ବେଳେ ଏହାର ୧୪ ଘଣ୍ଟା ନପୁରୁଣୁ ନୂଆଁଗାଆଁ ସରପଞ୍ଚ ସୁନିତା ସାହୁଙ୍କ ସ୍ୱାମୀ , ପୂର୍ବତନ ସରପଞ୍ଚ ତଥା ବ୍ଲକ ଯୁବ ବିଜେଡି ସଭାପତି ,ରାଜେନ୍ଦ୍ର ସାହୁ ଓରଫ୍ କାଳିଆ କରୋନା ପଜିଟିଭ ଆସିବାରୁ ଗତ ୨୫ ତାରିଖରେ ବ୍ରହ୍ମପୁର ସ୍ଥିତ ଅଶ୍ୱିନ୍ କୋଭିଡ ହସ୍ପିଟାଲ୍ ରେ ଭର୍ତି ହୋଇଥିଲେ ମଙ୍ଗଳବାର ରାତ୍ର ୧୦:୧୫ ମିନଟରେ ମୃତ୍ୟୁ ବରଣ କରିବା ଘଟଣା ସମଗ୍ର୍ ଅଞ୍ଚଳରେ ଵୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପ୍ରକାଶ ଥାଉ କି ରାଜେନ୍ଦ୍ର ପଜିଟିଭ ହୋଇ ଶରୀରରେ ଅମ୍ଳଜାନ ସ୍ତର କମିବାରୁ ଅଶ୍ୱିନ୍ କୋଭିଡ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଫୁସଫୁସ୍ ସଂକ୍ରମଣ ଯୋଗୁଁ ସେ ମଙ୍ଗଳବାର ରାତ୍ରି ୧୦ ଘଣ୍ଟା ୧୫ ମିନଟ ସମୟରେ ମୃତ୍ୟୁ ବରଣ କରିଥିଲେ I ଆଜି ଦିନ ୧୨ ଘଣ୍ଟ ସମୟରେ ରାଜେନ୍ଦ୍ରଙ୍କ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଵ୍ରହ୍ମପୁର ନୀଳକଣ୍ଠ ନଗର ସ୍ୱସାନରେ ଶବ ସଂସ୍କାର କରାଯାଇଛି ବୋଲି ବେଲଗୁଣ୍ଠା ବିଡ଼ିଓ ଶଶୀଭୂଷଣ ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି । ରାଜେନ୍ଦ୍ରଙ୍କ ମୃତ୍ୟୁ ଖବର ଶୁଣି ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର, ତହସିଲଦାର ସରୋଜ କୁମାର ବେହେରା ଏବଂ ପ୍ରେସ୍ କ୍ଳବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଗୋଟିଏ ଦିନରେ ଦୁଇଜଣ ରାଜନୀତିକ ବ୍ୟକ୍ତିଙ୍କ ମୃତ୍ୟୁ ଫଳରେ ବେଲଗୁଣ୍ଠା ବିଡ଼ିଓ ଶ୍ରୀ ମହାପତ୍ର ଧର୍ଯ୍ୟର ସହିତ ଅଞ୍ଚଳବାସୀ ଅଧିକ ସତର୍କ ରହିବାକୁ ଅନୁରୋଧ କରିଛନ୍ତି । ରାଜେନ୍ଦ୍ର ପୁର୍ବରୁ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ନୁଆଁଗାଆଁର ସରପଞ୍ଚ ଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା ।)

Leave A Reply

Your email address will not be published.