ବଣ୍ଡାମାନଙ୍କୁ ସାହାଯ୍ଯର ହାତ ବଢାଇଲେ ମନ୍ତ୍ରୀ ସାରକା ।

0 396

ମାଲକାନଗିରି,ତା:୦୨/୦୬(ପିପିଟି);ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାଏକଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ମୁଦୁଲିପଡା ସ୍ଥିତ ବଣ୍ଡା ଜନଜାତିଙ୍କୁ କିଛି ଖାଦ୍ଯ ସାମଗ୍ରୀ ବଣ୍ଟନ କରାଯାଇଛି । ଅନୁସୂଚୀତ ଜାତି/ଜନ ଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଉପସ୍ଥିତିରେ ସ୍ଥାନୀୟ ବଣ୍ଡା ଘାଟି ଅଞ୍ଚଳରେ କୋଭିଡ ସ୍ଥିତି, ପରିଚାଳନା,ପରୀକ୍ଷଣ ଓ ଟୀକାକରଣର ଅନୁଧ୍ୟାନ କରିବା ସହ ଆଦିମ ଜନଜାତି ଲୋକଙ୍କୁ କରୋନା ମହାମାରୀର ଭୟାବହତା ସଂପର୍କରେ ବିଝାଇ ସଚେତନ କରାଯାଇଥିଲା। ବଣ୍ଡା ଲୋକମାନଙ୍କୁ ଶୁଖିଲା ଖାଦ୍ୟ,ମାସ୍କ ଓ କରୋନା କିଟ ବଣ୍ଟନ କରାଯାଇଥିଲା।ଏହି ମନ୍ତ୍ରୀ ଶ୍ରୀ ସାରକା ସ୍ଥାନୀୟ ଲୋକଙ୍କ ନିମନ୍ତେ ହୋଇଥିବା ସଂଗରୋଧ କେନ୍ଦ୍ର ବୁଲି ଦେଖିବା ସହ ସଂଗରୋଧରେ ରହୁଥିବା ଲୋକଙ୍କ ନିମନ୍ତେ ଆର୍ଥିକ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକଙ୍କ ତରଫରୁ କରାଯାଇଥିଲା । ଏହା ବ୍ଯତୀତ ସେମାନଙ୍କ ପରିବାର ବର୍ଗଙ୍କୁ ରାସନ୍ ସମାଗ୍ରୀ ବଣ୍ଟନ କରାଯାଇଥିଲା।ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ଯମାନଙ୍କ ମଧ୍ଯରେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ପଟାଙ୍ଗୀ ବିଧାୟକ ପ୍ରିତମ ପାଢ଼ୀ, ଜିଲ୍ଲା ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ସହ ସ୍ଥାନୀୟ ପ୍ରଶାସନ ଉପସ୍ଥିତ ରହି ଲୋକଙ୍କୁ ସଚେତନତା କରାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଅଞ୍ଚଳବାସୀଙ୍କ ସୁବିଧା ନିମନ୍ତେ ମନ୍ତ୍ରୀ ଶ୍ରୀ ସାରକାଙ୍କୁ ପଠେଇ କରୋନା ଭଳି ସଙ୍କଟ ସମୟରେ ଅଞ୍ଚଳବାସୀଙ୍କୁ ସହାଯ୍ଯର ହାତ ବଢାଇଥିବାରୁ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା କୃତଜ୍ଞତା ଜ୍ଞାପନ କରିଥିଲେ ।
(ରିପୋର୍ଟ:ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.