ସୋରଡ଼ା ବିଜେପି ପକ୍ଷରୁ ସେବା ଦିବସ ପାଳନ ।

0 347

ବେଲଗୁଣ୍ଠା,୦୧/୦୬(ପିପିଟି), ସୋମବାର ଦିନ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ଦଳ ତରଫରୁ ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କ ନେତୃତ୍ୱରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ପଞ୍ଚାୟତରେ ସେବା ଦିବସ ପାଳନ କରାଯାଇଛି । ଏହି ଅବସରରେ ବିଜେପି ପକ୍ଷରୁ ଗାଙ୍ଗପୁର ଏବଂ ଶାସନ ପଞ୍ଚାୟତର ଶତାଧିକ ଗରୀବ ବୃଦ୍ଧବୃଦ୍ଧା ଏବଂ ଶିଶୁ ମାନଙ୍କୁ ଖାଦ୍ୟ ପୁଡ଼ିଆ, ସାବୁନ୍, ମାସ୍କ ଆଦି ବଣ୍ଟନ କରାଯିବା ସହ କରୋନା ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନୀଳମଣିଙ୍କ ସହ ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ, ଶାସନ ସରପଞ୍ଚ ପ୍ରତିନିଧି ସଞ୍ଜୟ ପ୍ରଧାନ,ନାଟେଙ୍ଗା ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା,ପାଇଲିପଡ଼ା ସରପଞ୍ଚ ଜୟନ୍ତୀ ବେହେରା, ବ୍ଲକ୍ ଅଧ୍ୟକ୍ଷା ପ୍ରତିନିଧି କେ ରବୀନ୍ଦ୍ର କୁମାର ପାତ୍ର,ପୂର୍ବତନ ଜିଲ୍ଳା ପରିଷଦ ସଭ୍ୟ କେ.କ୍ରିଷ୍ଣା ମୂର୍ତ୍ତୀ ପାତ୍ର, ବୁଲୁ ଲେଙ୍କା, ରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି ଅବସରରେ ଆସ୍କା ଠାରୁ ଭଞ୍ଜନଗର ପର୍ଯ୍ୟନ୍ତ ୧୫୭ ନମ୍ବର୍ ଜାତୀୟ ରାଜପଥର ପ୍ରଶସ୍ତୀକରଣ କରଣ ପାଇଁ କେନ୍ଦ୍ର ସରକାର ଅନୁମୋଦନ କରିଥିବାରୁ ସମସ୍ତେ ଖୁସି ପ୍ରକଟ କରିବା ସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ ଏବଂ କେନ୍ଦ୍ର ପେଟ୍ରୋଲି୍ୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଜଣାଇଥିଲେ । ଏହି ରାସ୍ତାର ଉନ୍ନତି କରଣ ଫଳରେ ଅଞ୍ଚଳବାସୀଙ୍କ ଦୀର୍ଘଦିନର ସ୍ଵପ୍ନ ପୂରଣ ହୋଇପାରିବ ବୋଲି ବିଜେପି ପ୍ରାର୍ଥୀ ଶ୍ରୀ ବିଷୋୟୀ ପ୍ରକାଶ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.