ଫିରିଙ୍ଗିଆ ବ୍ଲକ ବିଜେଡି ସଂଯୋଜକଙ୍କ  ପରିବାରକୁ କନ୍ଧମାଳ ସାଂସଦଙ୍କ ଆର୍ଥିକ ସହାୟତା  ।

0 293

କନ୍ଧମାଳ,୦୧/୦୬(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‍ ଅନ୍ତର୍ଗତ କେଲାପଡ଼ା ଗ୍ରାମର ସୁଶାନ୍ତ ନାୟକ ଗତ ମେ ୨୨ ତାରିଖରେ କରୋନାରେ ପରଲୋକ ହୋଇଯାଇଛନ୍ତି । ପ୍ରକାଶ ଯେ, ସୁଶାନ୍ତ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ତରଫରୁ ଫିରିଙ୍ଗିଆ ବ୍ଲକ୍‍ ବିଜେଡି  ସଂଯୋଜକ ଭାବେ ବେଶ ନିଷ୍ଠା ଓ ଆନ୍ତରିକତର ସହକାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ଏହି ପରିପ୍ରେକ୍ଷୀରେ ତାଙ୍କର ପରଲୋକରେ ସାଂସଦ ଅଚ୍ୟୁତ ସାମନ୍ତ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ସାଂସଦ ପ୍ରତିନିଧିଙ୍କ ଜରିଆରେ ସୁଶାନ୍ତଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସୋମବାର ସାଂସଦ ପ୍ରତିନିଧି ସ୍ଵର୍ଗତ ସୁଶାନ୍ତଙ୍କ ପତ୍ନୀଙ୍କୁ ଭେଟି ଏକ ଲକ୍ଷ ଟଙ୍କାର ଚେକ୍‍ ପ୍ରଦାନ କରିଥିଲେ । ଏଥିପାଇଁ ତାଙ୍କ ପତ୍ନୀ ସାଂସଦ ଶ୍ରୀ ସାମନ୍ତଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ।

(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.