ବ୍ଲକ ସ୍ଥରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ।

0 277

କୋଦଳା,୨୫/୦୫(ପିପିଟି); ବେଗୁନିଆପଡା ବ୍ଲକ ସମନ୍ୱିତ ଶିଶୁବିଭାଗ ଯୋଜନା କାର୍ଯ୍ୟାଳୟ ତଥା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହିଙ୍କ ତତ୍ୱାବଧାନ ରେ ବ୍ଲକ ସଭାଗୃହ ମଧ୍ୟରେ ବିଡ଼ିଓ ବେଦବର ଅଧ୍ୟକ୍ଷତାରେ ବ୍ଲକ ସ୍ଥରୀୟ ଶିଶୁସୁରକ୍ଷ୍ୟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇଥିବା ବେଳେ କୋଦଳା ତହସିଲଦାର ଅବନୀ କୁମାର ସାହୁ,ଶିଶୁ ମଙ୍ଗଳ ସମିତି ର ସଦସ୍ୟ ହରିହର ପାଢ଼ୀ, ଚାଇଲଡଲାଇନ୍ ର କେନ୍ଦ୍ର ସଂଯୋଜକ ସାଇପ୍ରସାଦ ସାସମଲ, ବ୍ଲକ ଅଧ୍ୟକ୍ଷ୍ୟା ପ୍ରତିନିଧି ବିଜୟ କୁମାର ଦୋରା,ଡିସିପିୟୁ କାର୍ଯ୍ୟାଳୟ କର୍ମଚାରୀ କାମେଶ୍ଵର ପରିଡା, ବିଇଓ କମଳା କାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ବିସ୍ତୃତ ଆଲୋଚନା କରିଥିଲେ । ଷଣ୍ଢମୂଳ ପଞ୍ଚାୟତ ରେ ମେ ୧୯ ତାରିଖ ରେ ପ୍ରାଣ ହରାଇଥିବା ଉଭୟ ସ୍ୱାମୀ ସ୍ତ୍ରୀ ରମେଶ ସାହୁ ଓ ମହାଲକ୍ଷ୍ମୀ ସାହୁଙ୍କ ବେସାହାରା ଦୁଇ ଝିଅ, ମେ ମାସ ୫ତାରିଖରେ ଦୁବାଇ ରେ ମୃତ୍ୟୁ ବରଣ କରିଥିବା ମର୍ଦ୍ଦମେଖ ପଞ୍ଚାୟତ ଗୁଡ଼ିଆଳିର ଗୌରହରୀ ସ୍ବାଇଙ୍କ ଦୁଇ ସନ୍ତାନ, ଏବଂ କୋଦଳା ଏନ୍ଏସି ର ମୃତ ପଞ୍ଚାନନ ମହାପାତ୍ରଙ୍କ ଅସହାୟ ଚାରି ଶିଶୁଙ୍କୁ ମଙ୍ଗଳସମିତି ନିକଟରେ ହାଜର କରାଯାଇଥିଲା ।କୋଦଳା ଏନ୍ଏସି ଏବଂ ମର୍ଦ୍ଦମେଖ ଗୁଡ଼ିଆଳି ପରିବାରକୁ ଯଥାକ୍ରମେ ୨୦୦୦୦, ୧୦୦୦୦ ରେଡ଼କ୍ରସ ପାଣ୍ଠିରୁ ଦିଆଯାଇଥିବା ବେଳେ, ଶିଶୁଙ୍କ ମାଗଣା ଶିକ୍ଷା ଲାଭ ପାଇଁ ବିଇଓଙ୍କୁ ଗୁରୁ ଶିଷ୍ୟ କଲ୍ୟାଣ ପାଣ୍ଠି ପ୍ରଦାନ,ଡିସିପିୟୁ ଙ୍କୁ ପ୍ରସ୍ଥାପୋଷକତା ରାଶୀ ପ୍ରଦାନ ସମେତ ସରକାରଙ୍କ ନୂତନ ଗାଇଡଲାଇନ୍ ଅନୁଯାଇ ମଧୁବାବୁ ପେନସନ ଯୋଜନା ସହିତ ସମସ୍ତ ପ୍ରକାର ଯୋଜନା ରେ ଯେମିତି ସାମିଲ କରାଯାଇ ପାରିବ ତାହାରି ଉପରେ ଗୁରୁତ୍ୱ ଦିଆଯାଇଥିଲା ।ତତ୍ ସହିତ ବ୍ଲକ ମଧ୍ୟରେ ବାଲ୍ୟ ବିବାହ ବନ୍ଦ କରି, ଶିଶୁ ମାନଙ୍କ ଯତ୍ନ ଓ ସୁରକ୍ଷା ପାଇଁ ପଞ୍ଚାୟତ ସ୍ତର ରୁ ଚିହ୍ନଟ କରି ବ୍ଲକ କାର୍ଯ୍ୟାଳୟକୁ ସୂଚନା ଦେଲେ ଶିଶୁ ମାନଙ୍କୁ ଯଥା ସମ୍ଭବ ସହଯୋଗ କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ବୈଠକ ଶେଷ ହେବାପରେ ଉକ୍ତ ତିନି ଅସହାୟ ପରିବାରଙ୍କୁ ଦୁଆର କୁ ଯାଇ ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ଦେଇ ଫେରିଥିବା ଜଣାପଡ଼ିଛି ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Leave A Reply

Your email address will not be published.