ଫିରିଙ୍ଗିଆରେ ରାଜସ୍ବ ରଥ ଜରିଆରେ ଘରକୁ ଘର ସେବା କାର୍ଯ୍ୟକ୍ରମ ଆରମ୍ଭ ।

0 450

କନ୍ଧମାଳ,୨୫/୦୫(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ତହସିଲରେ ରାଜସ୍ଵ ରଥର ଶୁଭାରମ୍ଭ ହୋଇଛି । ଫିରିଙ୍ଗିଆ ତହସିଲଦାର ପୁନମ୍ ରାଉତଙ୍କ ଦ୍ୱାରା ଏହା ଉଦ୍‌ଘାଟନ କରାଯାଇଥିଲା । ରାଜ୍ୟ ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ୫-ଟି କାର୍ଯ୍ୟକ୍ରମରେ ଏହି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ମହାମାରୀ ଦିନକୁ ଦିନ ଦୃତ ଗତିରେ ସଂକ୍ରମଣ ହେଉଥିବାରୁ କଟକଣା କଡାକଡି କରାଯାଇଛି। ରାଜସ୍ଵ ବିଭାଗର ସମସ୍ତ ପ୍ରକାର ସେବା ନିର୍ଦ୍ଧାରିତ ସମୟ ମଧ୍ୟରେ ଲୋକଙ୍କ ଘରେ ଘରେ ପହଞ୍ଚାଇବା ରାଜସ୍ଵ ରଥର ମୁଖ୍ୟ ଉଦ୍ଦେଶ୍ୟ ବୋଲି ତହସିଲଦାର କହିଛନ୍ତି। ଲୋକେ ଘରେ ବସି ଏହି ସେବା ସୁବିଧାରେ ପାଇ ପାରିବେ । ଏହା ଦ୍ଵାରା ଲୋକଙ୍କ ଆୟ ପ୍ରମାଣ ପତ୍ର, ବାସସ୍ଥାନ ପ୍ରମାଣ ପତ୍ର, ଜାତିଗତ ପ୍ରମାଣ ପତ୍ର, ମ୍ୟୁଟେସନ ଓ ଜମିବାଡି ସମ୍ବନ୍ଧୀୟ ପ୍ରମାଣପତ୍ର ସୁବିଧାରେ ପ୍ରଶାସନ ଯୋଗାଇଦେବ। ଏହି ପରିପ୍ରେକ୍ଷୀରେ ଓ ରାଜସ୍ଵ ମଣ୍ଡଳର କିଛି ସାହିକୁ ରଥ ଯାଇ ଲୋକଙ୍କୁ ସଚେତନ କରାଇବା ସହିତ ପ୍ରଜାଙ୍କୁ ଜମି ପଟ୍ଟା ତହସିଲଦାର ପ୍ରଦାନ କରିଥିଲେ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.