ଯାଜପୁର,୨୫/୦୫(ପିପିଟି):ଗତ ୨୦ମାର୍ଚ୍ଚ ୨୦୨୦ମସିହାଠାରୁ ନିରବଚ୍ଛିନ୍ନ ଭାବରେ ଦେଶର ବିଭିନ୍ନ ସ୍ଥାନରେ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ଵାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ମାଧ୍ୟମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ମହାମାରୀ କରୋନା ସଚେତନତା ସହ ରିଲିଫ ସାମଗ୍ରୀ ବଣ୍ଟନ ଜାରି ରହିଥିବା ବେଳେ ଆଜି ତାହା ୪୨୫ତମ ଦିବସରେ ପହଁଚିଛି। ଏହି ଅବସରରେ ବିଗତ ଦିବସ ମାନଙ୍କର କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଆଉଁରୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଅଛି। ଚିନ୍ମୟ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ମୁଖ୍ୟଅତିଥି ଭାବରେ ଆଉଁରୀ ଗ୍ରାମପଞ୍ଚାୟତର ସରପଞ୍ଚ ସମରେନ୍ଦ୍ର ସାହୁ,ମୁଖ୍ୟବକ୍ତା ଭାବରେ ଶିକ୍ଷାବିତ ଲକ୍ଷ୍ମୀନାରାୟଣ ମହାନ୍ତି, ଅନ୍ୟତମ ସମୀକ୍ଷକ ଭାବରେ ନିତ୍ୟାନନ୍ଦ ଦାସ,ସର୍ବେଶ୍ୱର ଜେନା, ଅର୍ଜୁନିଚରଣ ମଲ୍ଲିକ ଆଦି ଯୋଗଦେଇ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।ଫାଉଣ୍ଡେସନ ପକ୍ଷରୁ ଆଗାମୀ ମହାବାତ୍ୟା “ୟସ”ର ମୁକାବିଲା ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଜାରିରହିଛି ବୋଲି ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହୀର କୁମାର ଉକ୍ତ ସମୀକ୍ଷା ବୈଠକରେ ମତ ପ୍ରକାଶ କରିବାସହ ଧନ୍ୟବାଦ ଅର୍ପଣ କରିଥିଲେ।