କୋଦଳା,୨୪/୦୫;ରବିବାର ଦିନ ୫ ଘଣ୍ଟା ସମୟରେ ଫାଶୀ ପଞ୍ଚାୟତର ବେତାରାପଲ୍ଲୀ ବାସଭବନ ଠାରେ ବାଞ୍ଛାନିଧି ମଣ୍ଡଳଙ୍କ ଦେହାନ୍ତ ହୋଇଛି ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ. କାଲି ସେ ମୃତ୍ୟୁ ବରଣ କଲେ ତାଙ୍କ ବୟସ ପ୍ରାୟ ୮୫ ହେଇଥିଲା ସେ ଜଣେ ସମାଜ ସେଵୀ ସହ ଏକ ଭଲ ପରିଚିତ ଲୋକ ଭାବେ ପଞ୍ଚାୟତରେ ତାଙ୍କର ସୁନାମ ଥିଲା । ସେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ରୁ ସମିତି ସଭ୍ୟ ପାର୍ଥୀ ହୋଇଥିଲେ ଏବଂ ସେ ଗାଁଁର ଠାକୁରାଣୀଙ୍କ ସେବକ ମଧ୍ୟ ଥିଲେ । ତାଙ୍କର ପରିବାରରେ ୫ ପୁଅ ଏବଂ ଗୋଟିଏ ଝିଅ ଥିଲେ ଏହା ଉକ୍ତ ପରିବାର ର ବଡ କ୍ଷତି ହେଲା । ତାଙ୍କ ମୃତ୍ଯୁ ଖବର ଶୁଣି ଗାଁଁ ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହେଇଥିଲା।