ଗରିବ ଅସହାୟଙ୍କୁ ରାସନ ସାମଗ୍ରୀ ବଣ୍ଟନ କଲେ ମନ୍ତ୍ରୀ ଆରୁଖ ।

0 426

ଭଞ୍ଜନଗର,୨୪/୦୫(ପିପିଟି); କରୋନା ସଂକ୍ରମଣ ରୋକିବା ସକାଶେ ସରକାର ଗତ ୫ତାରିଖ ଠାରୁ ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ଗରିବ ଓ ଅସହାୟ ଲୋକ ମାନେ ରୋଜଗାର ହରେଇ ଦୁଃଖ କଷ୍ଟରେ ଚଳୁଥିବା ବେଳେ ସେମାନଙ୍କ ନିମନ୍ତେ ଖାଦ୍ୟ ଯୋଗାଡ଼ କଷ୍ଟକର ହୋଇପଡ଼ିଛି। ସେଥିମଧ୍ୟରେ ଯେଉଁମାନେ ରାସନ କାର୍ଡ଼ ଓ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ସେମାନଙ୍କ ଦୁଃଖ କହିଲେ ନସରେ।ଏହାକୁ ଦୃଷ୍ଟିରେ ରଖି ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୋମବାର ସେମାନଙ୍କୁ ଅତ୍ୟାବଶ୍ୟକ ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି।ଭଞ୍ଜନଗର ବ୍ଲକ ଓ ଏନ୍ଏସିର ପ୍ରାୟ ୫ଶହ ପରିବାରକୁ ଚାଉଳ, ଡାଲି, ତେଲ ଆଦି ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବାଉଁଶଲୁଣ୍ଡି,ବଡ଼ କୋଦଣ୍ଡା, ଡୁମାକୁମ୍ପା, ସାନକୋଦଣ୍ଡା ଗ୍ରାମ ପଞ୍ଚାୟତରେ ଏବଂ ଭଞ୍ଜନଗର ଏନଏସି ର ୪ଟି ୱାର୍ଡର ଗରିବ ଓ ଅସହାୟ ଲୋକଙ୍କୁ ଏହି ଖାଦ୍ୟ ସାମଗ୍ରୀ ମନ୍ତ୍ରୀ ବଣ୍ଟନ କରିଥିବା ବେଳେ ବଡ଼ କୋଦଣ୍ଡା ନିକଟ ସ୍ୱାମୀ ଚିଦାନନ୍ଦ କୁଷ୍ଠାଶ୍ରମରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପରିଚାଳିତ ଆମେ ଅଛୁ କାର୍ଯ୍ୟକ୍ରମରେ ଯୋଗ ଦେଇ ଅନ୍ତେବାସୀଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ। ଏଥିରେ ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ବିଜେଡି ବ୍ଲକ ସଭାପତି ରାଜେନ୍ଦ୍ର ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭବାନୀ ଶଙ୍କର ପ୍ରଧାନ, ସମାଜସେବୀ ଶୂଳପାଣି ଶତପଥି, ପଞ୍ଚାନନ ପାଳ ଏବଂ ସୋଲ ଚାରିଟେବୁଲ ଫାଉଣ୍ଡେସନ ର ଗୋପାଳ କୃଷ୍ଣ ପ୍ରଧାନ ଓ ଭିକାରୀ ସାହୁ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.