ପୋଲୋସରା ଚିରିକିପଡା ଶାସନ ଗ୍ରାମରେ ୩ଟି ୱାର୍ଡ ବିଶୋଧନ କରାଗଲା ।

0 386

ପୋଲୋସରା,୨୪/୦୫(ପିପିଟି); ପୋଲୋସରା ବ୍ଲକ ଚିରିକିପଡା ଶାସନ ଗ୍ରାମରେ ଚଳିତ ମାସ ତା ୨୩ ରିଖ ରବିବାର ଦିନ କରୋନା ଭୁତାଣରୁ ସମ୍ଭାବିତ ସଂକ୍ରମଣ ସମସ୍ୟା ସୃଷ୍ଟି ନ ହେବାପାଇଁ ୩ ଗୋଟି ୱାର୍ଡ଼ରେ ରାସାୟନିକ ଦ୍ରବ୍ୟ ପ୍ରୟୋଗ କରାଯାଇ ବିଶୋଧନ କରାଯାଇଛି । ସରକାରଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଉକ୍ତ ପଞ୍ଚାୟତର ଉକ୍ତ ଗ୍ରାମ ସହିତ ବିରିପୁର ଗ୍ରାମର ୨ ଜଣ ବାସିନ୍ଦାଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ପରିପ୍ରେକ୍ଷୀରେ ଗତ ୨୧ ତାରିଖ ଶୁକ୍ରବାର ଦିନ ପଞ୍ଚାୟତ ତରଫରୁ ମହିଳା ସରପଞ୍ଚ ସୁଜାତା ସାହୁ ପତ୍ର ସଂଖ୍ୟା ୫ ମାଧ୍ୟମରେ ପୋଲୋସରା ପଞ୍ଚାୟତ ସମିତି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଜରିଆରେ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଉଭୟ ଗ୍ରାମରେ ବିଶୋଧନ କରିବାକୁ ଅନୁରୋଧ କରିଥିଲେ। ଉକ୍ତ ଅନୁରୋଧ କ୍ରମେ ପୋଲୋସରା ଅଗ୍ନିଶମ ବିଭାଗିୟ ଅଧିକାରୀ ରୁଦ୍ର ମାଧବ ମଲ୍ଲିକଙ୍କ ସମେତ ଡ୍ରାଇଭର ତଥା ହାବିଲଦାର ଏ.କେ.ଦାସ, ଲିଡିଙ୍ଗ ଫାୟାର ମେନ ପି.କେ.ନନ୍ଦ ଓ ବି. କେ ପେଣ୍ଠେଇଙ୍କୁ ନେଇ ଏକ ଚାରିଜଣିଆ ଦଳ ପ୍ରଥମ ପର୍ଯ୍ୟାୟରେ ଚିରିକିପଡା ଶାସନ ଗ୍ରାମକୁ ଯାଇ ୧୧,୧୨ ଓ ୧୩ ତିନି ଗୋଟି ୱାର୍ଡ଼ ସ୍ଥିତ ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ସଡ଼କ ଗୋପନଗର ରେ ରାସାୟନିକ ଦ୍ରବ୍ୟ ପ୍ରୟୋଗ କରି ବିଶୋଧନ କରିଥିବାବେଳେ, ଗ୍ରାମ ବାସୀ ବାକି ୱାର୍ଡ ସ୍ଥିତ ପ୍ରତ୍ୟେକ ସାହି ସମେତ ବିରିପୁର ଗ୍ରାମରେ ବିଶୁଦ୍ଧ କରାଯିବବୋଲି ଅଗ୍ନିଶମ ଅଧିକାରୀ ଶ୍ରୀ ମଲ୍ଲିକ ଗଣମାଧ୍ୟମ ନିକଟରେ କହିଛନ୍ତି । ଏହି କର୍ଯ୍ୟକ୍ରମରେ ସରପଞ୍ଚଙ୍କ ସମେତ ସମାଜସେବୀ ଚନ୍ଦ୍ରଭାନୁ ସାହୁ ପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀ ପ୍ରଣୟ ପଟ୍ଟନାୟକ କୋଭିଡ଼ ମନିଟର ବାସୁଦେବ ନାୟକ ଓ ପୃଥିବୀରାଜ ନାୟକ ଓ ନାଏବ ସରପଞ୍ଚ ଜିତେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
(ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା)

Leave A Reply

Your email address will not be published.