ଆମ୍ବୁଲାନ୍ସରୁ ଦେଶି ମଦ ଜବତ, ଜଣେ ଗିରଫ।

0 362

ବୋଲଗଡ଼,୨୩/୦୫(ପିପିଟି), କରୋନା ମହାମାରୀ ପାଇଁ ସାରା ରାଜ୍ୟରେ ଜାରୀରହିଛି ଲକଡାଉନ ଏବଂ ସଟଡାଉନ । ଏହାର ସୁଯୋଗ ନେଇ କିଛି ଦେଶିମଦ ବେପାରୀ ସେମାନଙ୍କର ନିଶା ଚୋରା ଚାଲାଣ କରି ମାଲେମାଲ ହେଉଛନ୍ତି । ସେହିଭଳି ଆଜି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ହଳଦିଆ ହାଟ ଛକରେ ଚଢ଼ାଉ କରି ଏକ ଆମ୍ବୁଲାନ୍ସରୁ ୧୫୦ ଲିଟର ଦେଶିମଦ ଜବତ କରିଛି ଏବଂ ଏହି ଘଟଣାରେ ସମ୍ପୃକ୍ତ ଥିବା ସରୋଜ କୁମାର ତ୍ରିପାଠୀଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀ ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.