ଗ୍ରାମାଞ୍ଚଳରେ କରୋନ କଟକଣାକୁ ମାନୁନାହାଁନ୍ତି ଅମାନିଆ।

0 897

ସାନଖେମୁଣ୍ଡି,୨୦/୦୫(ପିପିଟି); କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଇବା ସହ ଉଗ୍ରରୂପ ଧାରଣ କରୁଛି । ମହାମାରୀର ଚେଇନ୍ ଭାଙ୍ଗିବା ପାଇଁ କେନ୍ଦ୍ର ସରକାରଙ୍କ ଠୁ ଆରମ୍ଭକରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ମହାମାରୀର ମୁକାବିଲା କରିବା ପାଇଁ ଉଦ୍ୟମ ଜାରିରଖିଛନ୍ତି । ଅନେକ ଲୋକଙ୍କ ଜୀବନ ମହାମାରୀ କରୋନା ନେଇସାରିଲାଣି ହେଲେବି ଅମାନିଆ ଲୋକ ସଚେତନ ହେଉନଥିବା ପରିଲକ୍ଷିତ ହେଉଛି । ଗ୍ରାମାଞ୍ଚଳ ମାନଙ୍କରେ ଲୋକେ ଘରେ ରହିବା ବଦଳରେ ବାହାରେ ବୁଲୁଛନ୍ତି । କେଉଁଠି ବସି ତାସ ଖେଳିବା , ମିଟିଙ୍ଗ କରିବା,ପିଲା ମାନେ ବିନା ମାସ୍କ୍ ରେ ବୁଲିବା, ସରକାରଙ୍କ ନିୟମକୁ ଅବମାନନା କରୁଥିବା ଦେଖିବାକୁ ମିଳୁଛି । ଅନେକ ଜାଗାରେ ମଧ୍ୟ ପ୍ରଶାସନ ନିୟମକୁ ଖୁଲମ ଖୋଲା ଅବମାନନା କରି ଭୋଜି ଭାତ କରି ଖାଉଛନ୍ତି ଲୋକେ । ଏବେ କରୋନା ପ୍ରାୟ ଗ୍ରାମାଞ୍ଚଳ ମାନଙ୍କରେ ଅଧିକ ଦେଖାଦେଉଛି । ପ୍ରଶାସନ ତରଫରୁ ବାରମ୍ବାର ଅନୁରୋଧ କଲେ ମଧ୍ୟ ଲୋକେ ଚେତୁନାହାଁନ୍ତି । କରୋନାର କରାଳ ରୁପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରବାସୀ ଓଡିଆ ମାନେ ଏବେ ଧିରେ ଧିରେ ଗାଁ ମୁହାଁ ହେଉଛନ୍ତି । ବିଗତ ବର୍ଷ ଗଞ୍ଜାମରେ ସ୍ଥିତି ଯେଉଁ ଭଳି ଥିଲା ଏବେ ସ୍ଥିତି ଅଧିକ ତେଣୁ ଏବେଠୁ ଯଦି ସଚେତନ ନ ହେବେ ଗ୍ରାମାଞ୍ଚଳରେ ତେବେ ଆଗକୁ ପରିସ୍ଥିତି ବିଗିଡିବାର ସମ୍ଭାବନା ରହିଛି । ପିପିଟି ନ୍ୟୁଜ୍ ତରଫରୁ ଅନୁରୋଧ କରୁଛୁ ବିନା କାରଣରେ ବାହାରକୁ ବାହାରନ୍ତୁନି । ଏବେ ଆପଣଙ୍କ ଜୀବନ ଆପଣଙ୍କ ହାତରେ ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.