ବିବାହ ପୂର୍ବରୁ ବିଷ ପିଇ ଆତ୍ମହତ୍ୟା କଲା କନ୍ୟା ।

0 388

ଭଞ୍ଜନଗର,୧୯/୦୫(ପିପିଟି); ଆଜି ହୋଇଥାନ୍ତା ବାହାଘର, ତେଣୁ ସମସ୍ତ ପୂର୍ବ ପ୍ରସ୍ତୁତି ସରିଥିଲା। ମାଙ୍ଗଳିକ କାର୍ଯ୍ୟକୁ ନେଇ କନ୍ୟାଘର ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ଖୁସିର ବାତାବରଣ ଲାଗି ରହିଥିଲା।ଏଭଳି ସମୟରେ ଝିଅର ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି।ଭଞ୍ଜନଗର ଥାନା ତୁରୁମୁ ଗ୍ରାମ ବଡ଼ ସାହିରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।ମଙ୍ଗୁଳୁ ନାୟକଙ୍କ ଝିଅ ସନ୍ତୋସିନୀ (୨୦)ର ବିବାହ ତାରସିଙ୍ଗି ଥାନା ଗାଡ଼ିଆ ପଡ଼ା ଗ୍ରାମରେ ଠିକ ହୋଇଥିଲା। ଆଜି ଅପରାହ୍ନରେ ଝିଅ ବିଦାୟ ହୋଇଥାନ୍ତା। ଏଥି ନିମନ୍ତେ ଉଭୟ ପରିବାର ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ଗତକାଲି ରାତିରେ ମଙ୍ଗୁଳୁ କୋଭିଡ଼ କଟକଣାକୁ ପାଳନ କରି ଗ୍ରାମରେ ଭୋଜିର ଆୟୋଜନ କରିଥିଲେ।ପରିବାର ଲୋକେ ମଧ୍ୟ ଖାଇପିଇ ଶୋଇଥିଲେ। ହେଲେ ଆଜି ସକାଳୁ ସନ୍ତୋସିନୀ ନିତ୍ୟକର୍ମ ସାରି ହାଠାତ୍ ଅସୁସ୍ଥ ହୋଇ ପଡିଥିଲା। ଘର ଲୋକେ ବାରମ୍ବାର ପଚାରିବାରୁ ସେ କୀଟ ନାଶକ ଔଷଧ ଖାଇ ଦେଇଥିବା କହିବା ପରେ ତାକୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭଞ୍ଜନଗର ମେଡ଼ିକାଲ କୁ ଆଣିଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।ଖବର ପାଇ ପୋଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.