କରୋନାକୁ ମାତ୍ ଦେଲେ ୮୩ ବର୍ଷୀୟ ଶ୍ୟାମଘନ: ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ଜିଲାପାଳ: ବିଭିନ୍ନ ମହଲରେ ଶୁଭେଚ୍ଛା ।

0 304

ବାଲିଗୁଡା,୧୫/୦୫(ପିପିଟି): କୋଭିଡର ଦ୍ୱିତୀୟ ଲହର ସମଗ୍ର ଦେଶରେ ଆତଙ୍କ ଖେଳାଇଥିବା ବେଳେ ଦୃଢ ମନୋବଳ ଯେ ଏହାକୁ ହରାଇ ପାରେ ଏଭଳି ଏକ ସନ୍ଦେଶ ଦେଇଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡାର ଜଣେ ୮୩ ବର୍ଷ ବୟସ୍କ ବ୍ୟକ୍ତି। ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ର ୨ ନମ୍ବର ୱାର୍ଡର ୮୩ ବର୍ଷୀୟ ଶ୍ୟାମଘନ ପଣ୍ଡା କରୋନାକୁ ମାତ ଦେଇ ସୁସ୍ଥ ହୋଇ ଆଜି ଘରକୁ ଫେରିଛନ୍ତି।ଗତ ୮ତାରିଖ ଦିନ ତାଙ୍କର ଦେହ ଖରାପ ହେବାରୁ ସେ କୋଭିଡ ପରୀକ୍ଷା କେନ୍ଦ୍ରକୁ ଯାଇ କରୋନା ପରୀକ୍ଷା କରାଇଥିଲେ। ସେଠାରେ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ବାଲିଗୁଡ଼ା ସ୍ଥିତ ବଡଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଖୋଲିଥିବା କୋଭିଡ କେୟାର କେନ୍ଦ୍ରରେ ରଖାଯାଇ ଚିକିତ୍ସା ଆରମମ୍ଭ କରାଯାଇଥିଲା। କୋଭିଡ଼୍ କେୟାର କେନ୍ଦ୍ରର ଚିକିତ୍ସିକ ଓ ଅନ୍ୟ ସମସ୍ତ କର୍ମଚାରୀମାନଙ୍କର ଆନ୍ତରିକ ଉଦ୍ୟମ ଓ ଚେଷ୍ଟା ଫଳରେ ଶ୍ରୀ ପଣ୍ଡା ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ଆଜି ଶ୍ରୀ ପଣ୍ଡା କରୋନାକୁ ହରାଇ ସଂପୁର୍ଣ୍ଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି। ଶ୍ରୀ ପଣ୍ଡାଙ୍କୁ ଆଜି କୋଭିଡ କେୟାର କେନ୍ଦ୍ରରେ ନିୟୋଜିତ ଥିବା ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ଫୁଲତୋଡା ଦେଇ ଅଭିନନ୍ଦନ ଜଣାଇଥିଲେ। ଶ୍ରୀ ପଣ୍ଡାଙ୍କ କରୋନା ଲଢେଇ ଓ ବିଜୟକୁ ଆମ ପାଇଁ ଏକ ସକାରାତ୍ମକ ବାର୍ତ୍ତା ବୋଲି ବର୍ଣ୍ଣନା କରି ବାଲିଗୁଡା ବିଡିଓ ଡ. ଜଗଦୀଶ ଷଡଙ୍ଗି କହିଛନ୍ତି । ଏହା ଦ୍ୱାରା ଅନ୍ୟ ଚିକିତ୍ସାଧୀନ ରୋଗୀଙ୍କ ମନୋବଳ ବୃଦ୍ଧି ହେବ। ତେବେ ସୁସ୍ଥ ହୋଇ ଘରକୁ ଫେରିଥିବା ଶ୍ୟାମଘନ ପଣ୍ଡାଙ୍କ ସହ ଅନ୍ୟ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସବୁ ପ୍ରକାର କୋଭିଡ ଗାଇଡ ଲାଇନକୁ ମାନି ଚଳିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଶ୍ରୀ ପଣ୍ଡା ସୁସ୍ଥ ହୋଇ ଘରକୁ ଫେରିବା ପରେ ତାଙ୍କ ପରିବାର ସହ ସ୍ଥାନୀୟ ଅଂଚଳର ଲୋକଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି। ସେହିଭଳି କନ୍ଧମାଳ ଜିଲ୍ଲାପାଳ ଡ଼.ବୃନ୍ଦା.ଡ଼ି ବାଲିଗୁଡ଼ାର ଶ୍ୟାମଘନ ପଣ୍ଡା କୋଭିଡ଼୍-୧୯କୁ ପରାସ୍ତ କରି ଆଜି ସୁସ୍ଥ ହୋଇ ଘରକୁ ଫେରିବା ନିଶ୍ଚିତ ଭାବେ କରୋନା ବିରୁଦ୍ଧରେ ଏହି ବିଜୟ ସମସ୍ତଙ୍କ ମନବୋଳ ବୃଦ୍ଧି ପାଇଁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଛନ୍ତି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.