କୋଭିଡ ସମ୍ପର୍କିତ ସୂଚନା ପାଇଁ ହେଲ୍ପ ଲାଇନ ଲୋକାର୍ପିତ

0 151

କଟକ,୧୫/୦୫ : ବିଶ୍ଵ ମହାମାରୀ କୋଭିଡ ସମ୍ପର୍କିତ ସୂଚନା ପ୍ରଦାନ ଲାଗି ସୋସାଇଟି ଚେଞ୍ଜର୍ସ ସଂଗଠନ ଏକ ହେଲ୍ପ ଡେସ୍କ ଆରମ୍ଭ କରିବା ସହ ସିଧା ସଳଖ ଡାକ୍ତରଙ୍କ ସହ ଆଲୋଚନା କରିବା ଲାଗି ବ୍ୟବସ୍ଥା ଆଜି ଠାରୁ ଆରମ୍ଭ କରିଛି। ଏହି ହେଲ୍ପ ଡେସ୍କ କୁ ଡାକ୍ତର ପଲ୍ଲବୀ ମହାରଥୀ ଓ ଡ଼ା ରୋସନଜୟ ପଟ୍ଟନାୟକ ମିଳିତ ଭାବେ ଭର୍ଚ୍ୟୁଆଲ ପ୍ଲାଟ ଫର୍ମ ରେ ଲୋକାର୍ପିତ କରି ଥିଲେ। ଡ଼ା ପଲ୍ଲବୀ ମହାରଥୀ ଆଲୋଚନାରେ ଭାଗ ନେଇ ସାମ୍ପ୍ରତିକ ସ୍ଥିତିରେ ମେଡିକାଲ ଗୁଡ଼ିକର ଅବସ୍ଥା ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ମାନସିକ ଅବସ୍ଥା ବିଗିଡି ଯାଇ ଥିବା ଉଲ୍ଲେଖ କରିଥିଲେ। ଏଣୁ ପରିବାରରେ ସଂକ୍ରମିତ ସଦସ୍ୟ ମାନଙ୍କ ସହ ମାନବୀୟ ବ୍ୟବହାର ଓ ଗୃହ ମଧ୍ୟରେ ଉପଚାରକୁ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଡା ରୋସନଜୟ ପଟ୍ଟନାୟକ ଯୋଗ ଦେଇ କୋଭିଡ ମହାମାରୀର ଭୟାବହତାକୁ ଡାକ୍ତର ପରାମର୍ଶ, ଔଷଧ ସେବନ ସହ ସାହସ, ଧର୍ଯ୍ୟ ଓ ଧୃଢ଼ ମନୋବଳ ଦ୍ଵାରା ହିଁ ମୁକାବିଲା କରାଯାଇ ପାରିବ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ସାରଦା ପ୍ରସାଦ ଦାସ ସଭାପତିତ୍ବ କରିଥିଲାବେଳେ ଲକ ଡାଉନ୍ ସମୟରେ ରେ ଭର୍ଚ୍ୟୁଆଲ ଯୋଗେ ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ସମ୍ପର୍କିତ ଆଲୋଚନା ଅନୁଷ୍ଠିତ ହେବ ବୋଲି ସୂଚନା ଦେବା ସହ ସୋସାଇଟି ଚେଞ୍ଜର୍ସ ଫେସବୁକ ପୃଷ୍ଠା ଓ ଇନଷ୍ଟାଗ୍ରାମ ଯୋଗେ କୋଭିଡ ସମ୍ପର୍କିତ ସୂଚନା ଜାଣିବା ପାଇଁ ଇଚ୍ଛୁକ ବ୍ୟକ୍ତି ଯୋଗାଯୋଗ କରି ପାରିବେ ବୋଲି ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିବ ପ୍ରସାଦ ଦାସ ଓ ଶୁଭମ ଚୌଧୁରୀ ମିଳିତ ଭାବେ ସଂଯୋଜନା କରିଥିବା ବେଳେ ଅମ୍ଳାନ ବଡୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.