ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ ମାତୃ ବିୟୋଗ ।

0 228

ମାଲକାନଗିରି,ତା:୧୫/୦୫(ପିପିଟି); ମାଲକାନଗିରି ବିଧାନ ସଭା ନର୍ବାଚନୀ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀଙ୍କ ମାଆ ଉଙ୍ଗୀ ମାଡକାମୀ (୭୧)ଙ୍କ ବିୟୋଗ ଘଟିଛି । ଗତ କାଲି ଅର୍ଥାତ ୧୪ ତାରିଖ ୨ ଘଟିକ ସମୟରେ ତାଙ୍କ ପୈତୃକ ଗ୍ରାମ ଡଙ୍ଗସଖାଲର ଶ୍ମଶାନରେ ଆଦିବାସୀ ପରମ୍ପରା ଏବଂ ରୀତିନୀତି ଅନୁସାରେ ଅନ୍ତେଷ୍ଟି କ୍ରିୟା ସମାପନ କରାଯାଇଥିଲା । ଏଥିରେ ରାଜନୈତିକ ନେତା, ରାଜନୈତିକ କର୍ମୀ ଏବଂ ଜ୍ଞାତି କୁଟୁମ୍ବ ମାନେ ଯୋଗ ଦେଇଥିଲେ । ସ୍ବର୍ଗତ ଉଙ୍ଗୀ ମାଡକାମୀ ଏକ ସରଳ ନିଷ୍କପଟ ଓ ପରପକାରୀ ମହିଳା ଭାବେ ଏହି ଅଂଚଳରେ ବେଶ ସୁପରିଚିତ । ତାଙ୍କର ୪ଟି ପୁଅ ଓ ୨ଟି ଝିଅ ରହିଥିବା ବେଳେ ୩ୟ ପୁତ୍ର ମାନସ ମାଡକାମୀ ୨୦୧୪ ମସିହାରେ ମାଲକାନଗିରି ନିର୍ବାଚନ ମଣ୍ଡଳୀରୁ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ପ୍ରଥମେ ଚାଲାଣଗୁଡା ପଞ୍ଚାୟତରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇ ରାଜନୈତିକ କ୍ଯାରିଅର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ କରୁକୋଣ୍ଡା ବ୍ଲକ ସମିତି ଅଧ୍ୟକ୍ଷ ହୋଇ ସୁନାମ ଅର୍ଜନ କରିବା ସହ ଲୋକ ଲୋଚନକୁ ଆସିଥିଲେ । ୨୦୧୪ ମସିହାରେ ବିଜେଡି ଟିକେଟ ପାଇ ବିଧାୟକ ହେବାର ସୌଭାଗ୍ଯ ଅର୍ଜନ କରିଥିଲେ । ତାଙ୍କ ପରିବାରରେ ମାନସ ମାଡକାମୀ ଜଣେ ଲ ଗ୍ରାଜୁଏଟ ଏବଂ ଉଚ୍ଚ ଶିକ୍ଷିତ ଭାବେ ଜଣା ଶୁଣା । ଏହି ସଫଳତା ପଛରେ ତାଙ୍କ ମାଅ ଉଙ୍ଗୀଙ୍କ ଭୂମିକା ଅତି ପ୍ରଶଂନୀୟ । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.