ବରାହପ୍ରଦର ମଠର ମହନ୍ତ ଖେଳାକୃଷ୍ଣ ଦାସଙ୍କର ଦେହାନ୍ତ,ମଠ ରୀତିନୀତି ଅନୁସାରେ କରାଗଲା ଅନ୍ତିମ ସଂସ୍କାର ।

0 180

ଉଲୁଣ୍ଡା,୧୩/୦୫(ପିପିଟି); ସୁବର୍ଣ୍ଣପୁର ଜିଲା ବିରମହାରାଜପୁର ବ୍ଲକ ଯଟେସିଂଘା ଗ୍ରାମ ପଂଚାୟତ ଅନ୍ତର୍ଗତ ବଡ଼ଖମାର ସ୍ଥିତ ବରାହପଦର ମଠର ମହନ୍ତ ବାବାଜୀ ଖେଳାକୃଷ୍ଣ ଦାସଙ୍କର ଗତକାଲି ବୁର୍ଲା ଡାକ୍ତର ଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ମହାରାଜଙ୍କୁ ଗତ କିଛି ତଳେ ଜ୍ୱର ହୋଇଥିଲା । ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ । ଗତ ରବିବାର ପୁଣି ଦେହ ଅସୁସ୍ଥ ହେବା ସହ ରକ୍ତଚାପ ବଢିଯିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିଲା ।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ତାଙ୍କର ମରଶରୀରକୁ ଅଣାଯାଇ ସଂକୀର୍ତ୍ତନ,ହରିବୋଲ,ହୁଳହୁଳି ଧନୀରେ ମଠ ପରିକ୍ରମା କରିବା ସହ ଦ୍ୱାଦଶ ତିଳକ କରାଯାଇଥିଲା ।ଶେଷରେ ମଠର ରୀତିନୀତି ଓ ପରମ୍ପରା ଅନୁଯାୟୀ ଅନ୍ତିମ ସଂସ୍କାର କରାଯାଇଛି । ଶିଷ୍ୟ ସଖି ଚରଣ ଦାସ ମୁଖାଗ୍ନି ଦେଇଥିବାବେଳେ ଅନେକ ସାଧୁ ସନ୍ଥ,ମଠର ଅନ୍ତେବାସୀ ଓ ଅଞ୍ଚଳର ଅନେକ ଶିଷ୍ୟ ତଥା ଅଞ୍ଚଳ ବାସୀ ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ ଯେ ମଠର ପୂର୍ବତନ ମହନ୍ତ ଶ୍ରୀ କୁଞ୍ଜ କିଶୋର ଦାସ ଜି ମହାରାଜଙ୍କର ସ୍ୱର୍ଗପ୍ରାପ୍ତି ପରେ ୨୦୦୯ ମସିହାରୁ ମଠର ସମସ୍ତ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ ।ଏହି ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.