ତହସିଲଦାର ପରିଚୟ ଦେଇ ବାଲି ବୋଝେଇ ଟ୍ରକ ଡ୍ରାଇଭର ଠାରୁ ୩,୫୦୦ ଟଙ୍କା ଲୁଟ,ଥାନାରେ ଅଭିଯୋଗ ।

0 344

ମାଲକାନଗିରି,ତା:୧୨/୦୫(ପିପିଟି);ସ୍ବୀକୃତି ପ୍ରାପ୍ତ ପାଙ୍ଗାମ ନଦୀ ଘାଟରୁ ବାଲି ବୋଝେଇ କରି ତିନି ଗୋଟି ଟ୍ରକ ସେମିଳିଗୁଡା ଅଭିମପଖେ ଯାଉଥିବା ବେଳେ ଗୋବିନ୍ଦପଲ୍ଲୀ ସୀମା ଅତିକ୍ରମ କଲା ପରେ ସଂଗ୍ରାମ ଘାଟି ଉପରେ ଏକ ବଲୋର ଗାଡିରେ ଆସି ଜଣେ ଯୁବକ ନିଜକୁ ତହସିଲଦାର ପରିଚୟ ଦେଇ ଜଣେ ଡ୍ରାଇଭରଙ୍କ ଠାରୁ ୩ ହଜାର ୫୦୦ ଟଙ୍କା ଲୁଟି ନେଇଥିବା ଘଟଣା ଏଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏ ସଂପର୍କରେ ଲୁଟର ଶିକାର ହେୀଇଥିବାଟ୍ରକ ଡ୍ରାଇଭର ସୁଶାନ୍ତ ହରିଜନ ମାଥିଲି ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।
ପ୍ରାପ୍ତ ସୂଚନା ଅନୁସାରେ ଗତ କାଲି ମାଥିଲି ବ୍ଲକ ଅନ୍ତର୍ଗତ ସ୍ବୀକୃତି ପ୍ରାପ୍ତ ପାଙ୍ଗାମ ନଦୀ ଘାଟରୁ ତିନି ଗୋଟି ଗାଡିରେ ବାଲି ବୋଝେଇ କରି ସେମିଳିଗୁଡା ଯାଉଥିଲା । ଗୋବିନ୍ଦପଲ୍ଲୀ ସୀମା ଅତିକ୍ରମ କଲା ପରେ ସଂଗ୍ରାମ ଘାଟିରେ ଏକ ବଲୋର ଗାଡି ନଂ:ଓଡି ୫ ବିଏ୩୪୪୪ ଦ୍ରୁତ ଗତିରେ ଆସି ବାଲି ବୋଝେଇ ଗାଡିଗୁଡିକୁ ଅଟକାଇଥିଲା । ଚିତ୍ତ ପଟ୍ଟନାୟକ ନାମକ ଜଣେ ଯୁବକ ନିଜକୁ ତହସିଲଦାର ବୋଲି ପରିଚୟ ଦେଇ ଗାଲିଗୁଲଜ କରିବା ସହ ସେମାନଙ୍କ କାଗଜ ପତ୍ର ଯାଞ୍ଚ କରିଥିଲେ । ଉକ୍ତ ବାଲି ବୋଝେଇ ଗାଡିରେ ଡ୍ରାଇଭର ସୁଶାନ୍ତ ହରିଜନ,ଜଗନ୍ନାଥ ପଣ୍ଡା ଏବଂ ମନୋଜ ସ୍ବାଇଁ ରହିଥିଲେ । ଡ୍ରାଇଭର ସୁଶାନ୍ତ ହରିଜନଙ୍କ ଠାରୁ ଜୋର ଜବରଦସ୍ତି ୩ ହଜାର ୫୦୦ ଟଙ୍କା ଛଡାଇ ନେଇଥିଲେ । ଏ ସଂପର୍କରେ ସୁଶାନ୍ତ ହରିଜନ ନକଲି ତହସିଲଦାର ଚିତ୍ତ ପଟ୍ଟନାୟକ ନାମରେ ମାଥିଲି ଥାନାରେ
ଏତଲା ଦେଇଥିବା ବେଳେ ମାଥିଲି ଥାନାରେ ଏକ ମାମଲା ୭୮/୧୧ ରେ ରୁଜୁ କରାଯାଇଛି । ଉକ୍ତ ବଲୋର ଗାଡିରେ ୮/୯ ଜଣ ବ୍ଯକ୍ତି ବସିଥିବା ଜଣା ପଡିଛି । ନକଲି ତହସିଲଦାର ପରିଚୟ ଦେଇଥିବା ଯୁବକଟି ଏକ ରାଜନୈତିକ ଦଳର କର୍ମୀ । ତେବେ ବାଲିବୋଝେଇ ଟ୍ରକ ସଂପର୍କରେ ପଚାରିବାରୁ ଖଇରପୁଟ ତହସିଲଦାର ରାମକୃଷ୍ଣ ନାୟକ କହଛନ୍ତି ଯେ ସଂପୃକ୍ତ ବାଲି ବୋଝେଇ ଟ୍ରକଗୁଡିକର କାଗଜ ପତ୍ର ଠିକ ରହିଛି । ସରକାରୀ ନିୟମ ଅନୁସାରେ ବାଲି ଚାଲାଣ କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

 

Leave A Reply

Your email address will not be published.