ମାଲକାନଗିରି,୦୯/୦୫(ପିପିଟି);ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀମାନଙ୍କ ସଂଖ୍ଯା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ଜିଲ୍ଲାରେ ୭୯ ଜଣ ନୂତନ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଫଳରେ କରୋନା ରୋଗୀଙ୍କ ସଂଖ୍ଯା ୫୭୬କୁ ସ୍ପର୍ଶ କରିଛି । ପ୍ରାପ୍ତ ସୂଚନା ଅନୁସାରେ ଆଜି ମାଲକାନଗିରି ଜିଲ୍ଲାରେ ୭୯ ଜଣ ନୂତନ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ତନ୍ମଧ୍ଯରୁ ମାଲକାନଗିରି ପୌରାଞ୍ଚଳରେ ୧୯,ମାଲକାନଗିରି ବ୍ଲକରେ ୧୩ ଜଣ,କୋରୁକୋଣ୍ଡା ବ୍ଲକରେ ୪ ଜଣ,ମାଥିଲି ବ୍ଲକରେ ୮ ଜଣ, ଖଇରପୁଟ ବ୍ଲକରେ ୮ ଜଣ, କାଲିମେଳା ବ୍ଲକରେ ୧୭ ଜଣ, ପଡିଆ ବ୍ଲକରେ ୪ ଜଣ ଏବଂ ଚିତ୍ରକୋଣ୍ଡା ବ୍ଲକରେ ୫ ଜଣ ସଂକ୍ରମିତ ହୋଇଥିବା ଜଣା ପଡିଛି । ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ଯା ୬ ହଜାର ୧୧୭ପଞ୍ଜୀକୃତ ହୋଇଥିବା ବେଳେ ୫ ହଜାର ୫୧୪ ଜଣ କରୋନା ରୋଗୀ ଅଦ୍ଯାବଧି ଆରୋଗ୍ଯ ଲାଭ କରିଛନ୍ତି ।
୫୭୬ଜଣ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରାଯାଉଥିବା ବେଳେ ମୃତ୍ୟୁ ସଂଖ୍ଯା ୨୭ ରେ ପହଞ୍ଚିଛି । ଦ୍ବିତୀୟ ପର୍ଯ୍ଯାୟ କରୋନା ବିଶେଷ କରି ଯୁବ ପିଢିଙ୍କ ପାଇଁ ପ୍ରାଣ ଘାତକ ହୋଇଥିବା ବେଳେ ସମସ୍ତେ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ୱାଇ ବିଜୟ ଅନୁରୋଧ କରିଛନ୍ତି । ଜରୁରୀ କାମ ନଥିଲେ ଘରୁ ବାହାରକୁ ବହାରିବା ଅନୁଚିତ । ଲକ୍ ଡାଉନକୁ ସମସ୍ତ ଜନ ସାଧାରଣ ମାନି ଚଳିଲେ କରୋନା ମହାମରି ସଂକଟରୁ ରକ୍ଷା ପାଇବା ବୋଲି ପ୍ରକାଶ କରିଥିଲେ ।ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ବ ବଜାୟ ରହିଲେ କରୋନା ସଂକଟରୁ ନିଜକୁ ମୁକ୍ତ ରଖି ପାରିବା । ଗତ ଶନିବାର ଦିନ ସଂପୂର୍ଣ୍ଣ ତାଲା ବନ୍ଦଥିବା ବେଳେ ନିଜେ ଜିଲ୍ଲାପାଳ ୱାଇ ବିଜୟ ମାଲକାନଗିର ପୌରାଞ୍ଚଳର ବିଭିନ୍ନ ଛକରେ ରହି ଅମାନିଆ ବ୍ଯକ୍ତିଙ୍କ ଠାରୁ ଫାଇନ୍ ଆଦାୟ କରିଥିଲେ । ଅତି ଜରୁରୀ ନହେଲେ ଘରୁ ନବାହାରିବା ଲାଗି କହିବା ସହିତ କୋଭିଡ କଟକଣାକୁ
ଜୋରଦାର କରିଥିଲେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)