କରୋନା ଛଡ଼ାଇ ନେଇଛି ପୂଜକଙ୍କ ମୁହଁରୁ ଆହାର ।

0 339

ବେଲଗୁଣ୍ଠା,୦୬/୦୬(ପିପିଟି); କରୋନାର ପ୍ରଥମ ଲହର ଜନ ସାଧାରଣଙ୍କ ଜୀବନଜୀବିକାକୁ ଗଭୀର ପ୍ରଭାବିତ କରିଥିବା ବେଳେ ପୁଣି ଦ୍ୱିତୀୟ ଲହର ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ସାରିଲାଣି । ଏଥିରେ ବିଶେଷ କରି କ୍ଷତିଗ୍ରସ୍ତ ହୋଇଛନ୍ତି ବିଭିନ୍ନ ମନ୍ଦିରର ପୂଜକ ମାନେ । କରୋନା କଟକଣା ଯୋଗୁଁ ବିଭିନ୍ନ ମନ୍ଦିରରେ ତାଲା ଝୁଲୁଥିବା ବେଳେ ପୂଜକ ମାନଙ୍କ ରୋଜଗାର ପେଡ଼ିରେ ମଧ୍ଯ ତାଲା ପଡ଼ିଯାଇଛି । ମନ୍ଦିରରେ ବର୍ଷ ସାରା ପୂଜାକରି ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ବାର୍ତ୍ତମାନ କଟକଣା ଯୋଗୁଁ ଭକ୍ତ ନ ଆସିବାରୁ ପୂଜକମାନଙ୍କ ରୋଜଗାର ପନ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାରେ ଏହିଭଳି ଛୋଟବଡ ୨୦ରୁ ଊର୍ଦ୍ଧ୍ଵ ମନ୍ଦିର ଥିବା ବେଳେ ଏହି ମନ୍ଦିର ଗୁଡିକରେ କାର୍ଯ୍ୟ କରୁଥିବା ୧୦୦ ରୁ ଉର୍ଦ୍ଧ୍ୱ ପୂଜକଙ୍କ ପରିବାର ରୋଜଗାର ଅଭାବରୁ ବହୁ ଦୁଃଖ କଷ୍ଟରେ ଦିନ କାଟୁଥିବା ଦେଖା ଦେଇଛି । ଏଣୁ ଏ ଦିଗରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ପୂଜକ ମାନଙ୍କ ପରିବାରକୁ ସହାୟତାର ହାତ ବଢାଇବା ପାଇଁ ପୂଜକ ମାନେ ଅନୁରୋଧ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.