ଭୁବନେଶ୍ୱର, ୦୩/୦୫; ସିପିଆଇ(ଏମ୍-ଏଲ) ରେଡ଼ ଷ୍ଟାର ଓଡିଶା ରାଜ୍ୟ ସମ୍ପାଦକ କମ୍ରେଡ଼ ଶିବରାମ ଆଜି ମଧ୍ୟାହ୍ନରେ କିମ୍ସ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିଏମସି ମୋବାଇଲ ଭ୍ୟାନ୍ ଆସି କୋଭିଡ ଟେଷ୍ଟ କରିବା ପରେ ସେ କୋଭିଡ ପଜିଟିଭ ଥିବାର ଜଣା ପଡିଥିଲା। ସେ ଗତ ୫ ଦିନ ଧରି ଭୀଷଣ ଜ୍ବରରେ ଆକ୍ରାନ୍ତ ଥିଲେ। ଟେଲି ଯୋଗାଯୋଗରେ ସରକାରଙ୍କ କୋଭିଡ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବା ପରେ ଜ୍ୱର ସାମାନ୍ୟ ମଧ୍ୟ କମିନଥିଲା। ୫ ଦିନ ଧରି ଲଗାତର ଜ୍ୱର ରହୁଛି। ଗୋଟିଏ ମିନିଟ ପାଇଁ ମଧ୍ୟ କାମୁନାହିଁ। ଫଳରେ ସେ ୫ ଦିନ ଧରି ଆଦୌ ଶୋଇ ପାରିନାହାନ୍ତି। ଆଜି ବିଏମସି ମୋବାଇଲ ଭ୍ୟାନ୍ ଟେଷ୍ଟ କରି ପଜିଟିଭ ରିପୋର୍ଟ ଦେବାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ତ୍ରୀ କମ୍ରେଡ଼ ପ୍ରମିଳା ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। କିନ୍ତୁ ଗତ ୫-୬ ଦିନ ତଳୁ ତାଙ୍କ ଜ୍ୱର ସମ୍ପୂର୍ଣ୍ଣ ଛାଡି ଯାଇଛି। ତାଙ୍କର ଅନ୍ୟ କୌଣସି ଲକ୍ଷଣ ନାହିଁ। ସେ ଗୃହ ସଂଗରୋଧରେ ଆଇ ଆର ସି ଭିଲେଜ ପାର୍ଟି କାର୍ଯ୍ୟାଳୟରେ ଅଛନ୍ତି।