ଉଲୁଣ୍ଡା,୦୫/୦୪(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ସତ୍ୟବାଦୀ ଜୁନିଅର କଲେଜ ପରିସରରେ କଦମ ଫୁଲ୍ ସାହିତ୍ୟ ସଂସଦ, ବିରମହାରାଜପୁର ଆନୁକୂଲ୍ୟରେ କୋସଲି ସାହିତ୍ୟ ପତ୍ରିକା “କଦମ ଫୁଲ୍” ପ୍ରଥମ ସଂଖ୍ୟା ର ଶୁଭ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ ସାହିତ୍ୟ ସଭାରେ କଦମ ଫୁଲ୍ ପତ୍ରିକାର ମୁଖ୍ୟ ସମ୍ପାଦକ ଯୁଧିଷ୍ଠିର ଖମାରୀ ସ୍ୱାଗତ ସମ୍ଭାଷଣ ଓ ଯୁବକବି ମକୁନ୍ଦ ଧରୁଆ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କୋଶଲ ସାହିତ୍ୟ ଓ ସଂସ୍କୃତି ଏକାଡେମୀର ସାଧାରଣ ସମ୍ପାଦକ ଗୋରେଖ ନାଥ ସାହୁ ମୁଖ୍ୟ ଅତିଥି, କୋଶଲୀ କବି ତଥା ଗବେଷକ ଅଖୋଜ କୁମାର ଷାଣ୍ଢ ଓ ଅଧ୍ୟାପିକା ଦେବଜାନି ମେସୁଆ ସମ୍ମାନିତ ଅତିଥି,ଅଧ୍ୟାପକ ଯଜ୍ଞେଶ୍ବର ବିଶି ମୁଖ୍ୟବକ୍ତା ଏବଂ ସୁବର୍ଣ୍ଣପୁର ଓ ଟିଭି ପ୍ରତିନିଧି ରବୀନ୍ଦ୍ର ହୋତା ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ କଦମ ଫୁଲ୍ ସାହିତ୍ୟ ପତ୍ରିକା ଏବଂ ଯୁଧିଷ୍ଠିର ଖମାରୀଙ୍କର ପୁସ୍ତକ “ହୃଦୟର ପରିଭାଷା” ଉନ୍ମୋଚନ କରିଥିଲେ ।ଏଥି ସହ ଅନୁଷ୍ଠାନ ପକ୍ଷରୁ ଯୁବକବି ପ୍ରହଲ୍ଲାଦ ନାଏକ ଙ୍କୁ କଦମ ଫୁଲ୍ ସାହିତ୍ୟ ସମ୍ମାନ ଓ କଣ୍ଠଶିଳ୍ପୀ ପ୍ରତ୍ୟୁଷ ଶତପଥୀ ଙ୍କୁ କଦମ ଫୁଲ୍ କଳା ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।ପତ୍ରିକାର ମୁଖ୍ୟ ଉପଦେଷ୍ଟା ସୌମିତ୍ରୀ କର୍ଣ୍ଣ,ମୁଖ୍ୟ ସମ୍ପାଦକ ଯୁଧିଷ୍ଠିର ଖମାରୀ, ସମ୍ପାଦକ ଶାନ୍ତନୁ କୁମାର କର୍ଣ୍ଣ,ଦ୍ବିତୀକୃଷ୍ନ ପଣ୍ଡା,ଲକ୍ଷ୍ମୀନାରାୟଣ ସାହୁ,ତ୍ରିପୁରାରୀ ମହାକୁର,ପ୍ରଶାନ୍ତ ଶତପଥୀ,ଗୌରଚନ୍ଦ୍ର ପରିଚ୍ଛା,ରାଧେଶ୍ୟାମ ମିଶ୍ର ପ୍ରମୁଖ କୋଶଲୀ ଭାଷା ସାହିତ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଶିକ୍ଷକ ପଙ୍କଜ ଖମାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ହୃଷିକେଶ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।ଦ୍ଵିତୀୟ ଅଧିବେଶନରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ଜଟାଧାରୀ ସାହୁ ,ମନୋଜ କୁମାର ମହାନ୍ତି ଅତିଥି ଭାବରେ ଯୋଗଦେଇ ଥିବାବେଳେ ଚନ୍ଦ୍ରାବତୀ ପାଣ୍ଡେ ଏବଂ ଲକ୍ଷ୍ମୀନାରାୟଣ ସାହୁ ଙ୍କ ସଂଯୋଜନାରେ ସୋନପୁର, ବୌଦ୍ଧ, ବଲାଙ୍ଗୀର,ବରଗଡ଼ ଅଂଚଳରୁ ଆସିଥିବା ବହୁ କୋଶଲୀ କବି ସ୍ଵରଚିତ କବିତା ପାଠ କରିଥିଲେ ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )