ଭିଜିଲାନ୍ସ ହାବୁଡ଼ରେ ପଡିଲେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ ସହାୟକ।

0 1,035

ଭଞ୍ଜନଗର,୨୩/୦୩(ପିପିଟି); ଭଂଜନଗର ସ୍ଥିତ , ଉପଖଣ୍ଡ ପ୍ରାଣୀ ଚିକିତ୍ସାଅଧିକାରୀ କାର୍ଯ୍ୟାଳୟର ବରିଷ୍ଠ ସହାୟକ ମାନସ ରଞ୍ଜନ ଦାସ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭଗ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ଡିଏସପି ଙ୍କ କହିବା ଅନୁଯାୟୀ ଭଂଜନଗର ପ୍ରଣୀ ଚିକିତ୍ସାଳୟ ଅଧିନରେ ଟେକ୍ନିସିଆନ୍ ଭାବେ କାର୍ଯ୍ୟକରି ଗତ ଡିସେମ୍ବର ମାସରେ ଅବସର ନେଇଥିବା ଜଗବନ୍ଧୁ ସେଠୀଙ୍କ ପେନସନ କାଗଜ ପତ୍ର କରାଇ ଦେବା ପାଇଁ ଚିକିତ୍ସା ଅଧିକାରୀ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏସମ୍ପର୍କରେ ଜଗବନ୍ଧୁ ବ୍ରହ୍ମପୁରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଚୁକ୍ତି ଅନୁସାରେ ମଙ୍ଗଳବାର ଭଂଜନଗର ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭଗର ଏକ ସ୍ୱତନ୍ତ୍ର ଟିମ୍ ପୂର୍ବ ଯୋଜନା ଅନୁସାରେ ଚଢାଉ କରି ରାସାୟନିକ ପଦାର୍ଥ ବୋଳା ଯାଇଥିବା ଉକ୍ତ ଟଙ୍କାକୁ ମାନସଙ୍କ ଠାରୁ ଜବତ କରିଥିଲା । ଏଥି ସହ ମାନସ କୁ ଅଧିକ ତଦନ୍ତ ପାଇଁ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ପଠାଯାଇଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.