ମାଲକାନଗିରି,ତା:୧୦/୦୩(ପିପିଟି); ମାଲକାନଗିରି ସଦର ମହକୁମା ସ୍ଥିତ ଭାମ୍ବେ କଲୋନୀରେ ରହୁଥିବା ସହଦେବ ନାଗଙ୍କ ଝିଅ ଏଲିସା ନାଗ (୯ ) ସ୍ଥନୀୟ ତୁମୁଟି ଗୁଡା ପ୍ରାଥମିକ ବିଦ୍ଯାଳୟରେ ୩ୟ ଶ୍ରେଣୀରେ ପାଠ ପଢୁବା ବେଳେ କଟକ ସରକାରୀ ବଡ ମେଡିକଲରେ ଡାହାଣ ହାତକୁ ଅସ୍ତ୍ରୋପଚାର କରାଯାଇଥିଲା । ମାତ୍ର ଡକ୍ତର ୮ ତାରିଖରେ ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ପର ଦିନ ସକାଳେ ମୃତ୍ୟୁ ବରଣ କରିଥିଲା । ଆଜି ଶବକୁ ନେଇ ଭାମ୍ବେ କଲୋନୀର ଲୋକମାନେ ଜିଲ୍ଲପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ରଖି କ୍ଷତି ପୂରଣ ପାଇଁ ଦାବୀ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଭାମ୍ବେ କଲୋନୀରେ ରହୁଥିବୀ ସହଦେବ ନାଗଙ୍କ ୯ ବର୍ଷର ଝିଅ ସ୍ଥାନୀୟ କୁମୁଟି ଗୁଡା ପ୍ରାଥମିକ ସ୍କୁଲରେ ୩ୟ ଶ୍ରେଣୀରେ ପାଠ ପଢୁଥିବା ବେଳେ ୨ ବର୍ଷ ତଳେ ନିଆଁରେ ଡାହାଣ ହାତଟି ପୋଡି ଯାଇ ଆଙ୍ଗୁଠିଗୁଡିକ ବଙ୍କା ହେୀଇ ପାପୁଲିରେ ସଂଲଗ୍ନ ହୋଇଥିଲା । ବାପା ସହଦେବ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇବ ପାଇଁ ମାଲକାନଗିରି ସିଡିଏମଙ୍କ କାର୍ଯ୍ଯାଳୟକୁ ଯାଇଥିବା ବେଳେ ଝିଅ ଏଲିନାର ଡାହାଣ ହାତ ଅସ୍ତ୍ରୋପଚାର କଲେ ଠିକ ହେୀଇଯିବ ବୋଲି ପରାମର୍ଶ ଦେଲେ ।ଏହା ପରେ ସହଦେବ ମାଲକାନଗିରି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆର୍ଥିକ ସହାୟତା ପାଇଁ ଦ୍ବାରସ୍ତ ହୋଇଥିଲେ । ମାତ୍ର କଟକ ସରକାରୀ ହସପିଟାଲରେ ମାଗଣାରେ ହାତଟି ଅପରସନ ହୋଇପାରିବ ବୋଲି ନିର୍ଭୟ ପ୍ରତିଶ୍ରୁତି ପାଇଲା ପରେ ଝିଅ ଏଲିନାକୁ ଧରି କଟକ ବଡ ମେଡିକଲକୁ ନେଇଥିଲେ । ଡକ୍ତରଙ୍କ ପରାମର୍ଶ କ୍ରମେ ଗତ ମାର୍ଚ୍ଚ ମାସ ୧ ତାରିଖରେ ସହଦେବ ଅପରେସନ ପାଇ ଝିଅକୁ ଧରି କଟକ ଯାଇଥିଲେ । ଗତ ୮ ତାରିଖ ଦିନ ଏଲିନାର ହାତ ପାପୁଲିକୁ ଅପରେସନ କରାଯାଇଥିଲା ।ଅପରସେନ ପରେ ବେଡକୁ ଅଣାଯାଇଥିଲା । ତେବେ ନିଶା ଇଞ୍ଜେକସନ ଦେଇ ଅପରେସନ କରାଯାଇଥିବା ବେଳେ ଝିଅଟିର ଚେତା ସକାଳ ସୁଦ୍ଧା ଫେରି ନଥିଲା ଏବଂ ଝିଅ ଏଲିନାର ମୃତ୍ୟୁ ଘଟିଥଲା । ଆଜି ଏଲିନାର ଶବ ମାଲକାନଗିରି ପହଞ୍ଚିଲା ପରେ ସ୍ଥାନୀୟ କଲୋନୀରେ ଉତ୍ତେଜନା ଦେଖା ଦେଇଥିଲା । ଲୋକମାନେ ଏଲିନାର ଶବକୁ ଧରି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଧରଣାରେ ବସି କ୍ଷତି ପୂରଣ ଦାବୀ କରିଥିଲେ । ଘଟଣା ସ୍ଥଳରେ ମାଲକାନଗିରି ପୋଲିସ ଏବଂ ମାଲକାନଗିରି ତହସିଲଦାର ଗୁଣନିଧି ନାୟକ ଧାରଣାରେ ବସିଥିବା ଲୋକମାନଙ୍କୁ ବୁଝା ସୁଝା କରିଥିବା ବେଳେ ପୁଲିସ ଏ ସଂପର୍କରେ ଏକ ମାମଲା ରୁଜୁ କରିବ ବୋଲି ପ୍ରକାଶ କରିଛି । ରେଡକ୍ରଶରୁ କିଛି ଅର୍ଥ ସହାୟତା କରାଯିବ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛି ।ତେବେ ଲୋକମାନେ ଶବକୁ ଧରି ଜିଲ୍ଲାପାଣଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଧାରଣାରେ ବସିଥିବା ଜଣା ପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Next Post