ଦାରିଙ୍ଗବାଡିରେ କଂଗ୍ରେସର ସାଙ୍ଗଠନିକ ବୈଠକ;ସମଗ୍ର ଜିଲ୍ଲାରେ କଂଗ୍ରେସକୁ ମଜବୁତ କରିବାକୁ ପରାମର୍ଶ ।

0 375

ବାଲିଗୁଡା,୦୯/୦୩(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଡୁଲୁରି ପାଇନ ବଣଠାରେ ବ୍ଲକ ଅଧ୍ୟକ୍ଷା ରୁଦା ମଲିକଙ୍କ ନେତୃତ୍ୱରେ କଂଗ୍ରେସ ଦଳର ସାଙ୍ଗଠନିକ ବୈଠକ ଏବଂ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭାରତୀୟ ଜାତୀୟ କଂଗ୍ରେସର ଦଳକୁ ମଜବୁତ କରିବା ପାଇଁ ଆଲୋଚନା କରାଯାଇଥିଲା । ଏଥିରେ ଦାରିଙ୍ଗବାଡି ବ୍ଲକ ସଭାପତି ପ୍ରଦୀପ ନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ ଯୋଗ ଦେଇଥିଲେ ସେହିଭଳି ସମ୍ମାନିତ ଅତିଥି ଭାବରେ ଟିକାବାଲି ବ୍ଲକ କଂଗ୍ରେସ ସଭାପତି ଗୋକୁଳ ପ୍ରଧାନ, ରାଇକିଆ କଂଗ୍ରେସ ବ୍ଲକ ସଭାପତି ପୀତବାସ ପ୍ରଧାନ, ସମ୍ପାଦକ ମନୋଜ ଦିଗାଲ , ମଣ୍ଡାକିଆ ସମିତି ସଭ୍ୟା କ୍ରିଷ୍ଣା ପ୍ରଧାନ, ବକଲା ପ୍ରଧାନ,ନିବେଦିତା ଦିଗାଲ, ସେନ୍ତୁରିଆନ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୪ ଜଣ ବିଜେଡି କର୍ମୀ କଂଗ୍ରେସରେ ଯୋଗଦେଇଥିଲେ । ଏଥିସହିତ ବୈଠକରେ ଆଗାମୀ ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ପ୍ରତି ପଞ୍ଚାୟତରେ କମିଟି ଗଠନ କରି ଦଳକୁ ସୁଦୃଢ କରିବା ପାଇଁ ଆଲୋଚନା ହୋଇଥିଲା । ଏଥି ସହିତ ନୂତନ ଭାବେ ଚୟନ ହୋଇଥିବା କଂଗ୍ରେସ କର୍ମକର୍ତା ମାନଙ୍କୁ ସମ୍ବର୍ଦ୍ଧନା କରାଯିବ ସହିତ ଜିଲ୍ଲା ସଭାପତି ଅନାମ ନାୟକ ଙ୍କ ଦ୍ଵାରା ପଦବୀପତ୍ର ପ୍ରଦାନ କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାଳି ପ୍ରସାଦ ମଳିକ, ଶ୍ୟାମଘନ ପ୍ରଧାନ, ସୁରେନ୍ଦ୍ର ସାହୁ, ମିନୁରା ପ୍ରଧାନ, ଶ୍ୟାମସନ ଦିଗାଲ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ )

Leave A Reply

Your email address will not be published.