ଭାରସାମ୍ୟ ହରାଇ ଅଟୋ ଓଲଟି ୩ ଯାତ୍ରୀ ଆହତ ।

0 283

ବାଲିଗୁଡା,୦୫/୦୩(ପିପିଟି);କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକର କୁମ୍ଭାରିଗାଁ ପଞ୍ଚାୟତ ନିକଟସ୍ଥ ଆଡିମାହା ଗ୍ରାମର କେତେକ ଲୋକ ଗୋଟିଏ ଅଟୋ ଯୋଗେ ପର୍ତମାହା ଗ୍ରାମକୁ ଯୀଶୁଖ୍ରୀଷ୍ଟ ଙ୍କର ଏକ ଯାତ୍ରା ଦେଖିବା ପାଇଁ ଯାଇଥିଲେ। ଯାତ୍ରା ଶେଷ କରି ନିଜ ଗ୍ରାମକୁ ଫେରିବା ସମୟରେ ପର୍ତମାହା ନିକଟରେ ଥିବା ପାଟା ଗଡାଣିରେ ଅଟୋଟି ଭରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଖବର ପାଇ ସଙ୍ଗେ ସଙ୍ଗେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଲୋକମାନେ ହେଲେ କୁଞ୍ଚିତା ବଳିଆର ସିଂ ,ମାଧୁରି ବଳିଆର ସିଂ ଏବଂ ଅକ୍ଷୟ ବଳିଆର ସିଂ । କୁଞ୍ଚିତା ବଳିଆର ସିଂ ଏବଂ ମାଧୁରି ବଳିଆର ସିଂ ୨ ଜଣ ଅଧିକ ଗୁରୁତର ହୋଇଥିବାରୁ କୁଞ୍ଚିତାଙ୍କୁ ବ୍ରହ୍ମପୁର ମେଡ଼ିକାଲ ଓ ମାଧୁରିଙ୍କୁ ବାଲିଗୁଡ଼ା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ )

Leave A Reply

Your email address will not be published.