ବମରାଜରେ ସ୍ବେଚ୍ଛାକୃତ ରକ୍ତଦାନ ଅନୁଷ୍ଠିତ; ୩୦ୟୁନିଟ ରକ୍ତ ସଂଗ୍ରହ ।

0 339

ଉଲୁଣ୍ଡା,୨୫/୦୨(ପିପିଟି); ଜିଲ୍ଲାରେ କେହି ବି ରକ୍ତ ଅଭାବରେ ମୁତ୍ୟୁ ମୁଖରେ ନପଡୁ ଏହି ଉଦ୍ଦେଶ୍ୟ ନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ଗ୍ରାମ ପଂଚାୟତ ଅନ୍ତର୍ଗତ ବମରାଜ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦିବ୍ୟଉର୍ଯ୍ୟା ରକ୍ତଦାନ ମହାସଂଘ, ସୁବର୍ଣ୍ଣପୁର ଓ ଗୋପାଲଜି ଯୁବ ସେବା ସଂଘ,ବମରାଜ ର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।କାଦୋଦର ସରପଞ୍ଚ ମୟୂରୀ ବାଘ,ଯୁବ ବ୍ୟବସାୟୀ ରମାକାନ୍ତ ପଣ୍ଡା ଏବଂ କିଶୋର ମୋହନ ମହାକୁର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାବେଳେ ଆଞ୍ଚଳିକ ରକ୍ତଦାତ ମହାସଂଘର ଆବାହକ ଅଞ୍ଜନ ପଧାନ ଙ୍କ ସମେତ ଦୀପକ ସିଂହ, ସଦାନନ୍ଦ ସିଂହ,ଝରିଆ ମହାକୁର, ଦେବରଂଜନ ବଘାର,କୀର୍ତି ମହାକୁର, ଗୌରଚନ୍ଦ୍ର ମହାକୁର,ମଦନ ମୋହନ ନାୟକ,ସଦାନନ୍ଦ ଦେବୁରୀ, ମନୋଜ ପଣ୍ଡା, ରମାକାନ୍ତ ପଣ୍ଡା, ଶ୍ରୀନିବାସ ଗଡୁଆ,ଶାନ୍ତନୁ କୁମାର କର୍ଣ୍ଣ, ଦୟାନିଧି ପଲତା,ହରିହର ପଲତା, ସିକୁନ ମହାକୁର,ନକୁଳ ପଧାନ ପ୍ରମୁଖ ରକ୍ତଦାନ କରିଥିଲେ ।ସୁବର୍ଣ୍ଣପୁର ଜିଲା ମୁଖ୍ୟ ଡାକ୍ତରଖାନା ରକ୍ତଭଣ୍ଡାରର ଡାକ୍ତର ବିଶ୍ୱନାଥ ରଥ,ଜଗତ ଦରୁଆନ, ସୁବାସ ଚନ୍ଦ୍ର ପଣ୍ଡା,ଯୁଧିଷ୍ଠିର ନାୟକ, ସୁନୀଲ ମହାନ୍ତି ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ ।ଓଡିଶା ରକ୍ତଦାତା ମହାସଂଘ ସଦସ୍ୟ ତଥା ଜିଲ୍ଲା ରକ୍ତଫଟା ମହାସଂଘ ସଭାପତି ମନୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଗୋପାଲଜି ଯୁବ ସେବା ସଙ୍ଘର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.