ନାବାଳିକା ଦୁଷ୍କର୍ମକାରିକୁ ଜୋରିମାନା ସହ ୧୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ ।

0 586

କନ୍ଧମାଳ,୨୫/୦୨(ପିପିଟି); କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ବେଲଘରରେ ହୋଇଥିବା ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ସାଙ୍ଗକୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ଜଣକ ବେଲଘର ଥାନା ଅଞ୍ଚଳର ଶଙ୍କର ପ୍ରଧାନୀ। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଫୁଲବାଣୀ ପୋକସୋ କୋର୍ଟ ସ୍ୱତନ୍ତ୍ରଜର୍ଜ ସମର ବିଳାସ ବେହେରା ଉପରୋକ୍ତ ରାୟ ଶୁଣାଇଛନ୍ତି। ଜୋରିମାନା ଅନାଦେୟ ହେଲେ ଅଧିକ ଛମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି l ମାନ୍ୟବର ସ୍ଵତନ୍ତ୍ର ଜର୍ଜ । ପ୍ରକାଶ ଯେ,ଗତ ୨୦୧୪ ମସିହା ଜାନୁୟାରୀ ମାସ ୧୪ ତାରିଖ ଦିନ ବେଲଘର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଘରୁ ଡାକି ନେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଶଙ୍କର ପ୍ରଧାନୀ। ଏନେଇ ବେଲଘର ଥାନା ପୋଲିସ ୨/୧୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶଙ୍କର ପ୍ରଧାନୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ )

Leave A Reply

Your email address will not be published.