ବୋଲଗଡ଼,୨୫/୦୨(ପିପିଟି); ଦେଶ ସ୍ବାଧୀନ ପାଇଁ ମହାତ୍ମା ଗାନ୍ଧୀଙ୍କ ପଦଯାତ୍ରା ସମୟରେ ବୋଲଗଡ଼ ରହଣୀ ରେ ଏ ମାଟି ଆଜି ଗର୍ବ କରୁଛି । ସେହି ସ୍ମୃତି ପାଇଁ ସୋମବାରେ ଶାନ୍ତିପଥ ଫାଉଣ୍ଡେସନ ଭୁବନେଶ୍ୱର, ତରଫରୁ ବୋଲଗଡ଼ ବ୍ଲକ ସଂପୁର ଠାରେ ଏକ ଅଂହିସା ଜନଜାଗରଣ ସଭା ଓ ଶୋଭାଯାତ୍ରା ସାନ୍ତିପଥ ଫାଉଣ୍ଡେସନର ପ୍ରତିଷ୍ଠାତା ସଭାପତି ଶିବନରାୟଣ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବୈକୁଣ୍ଠନାଥ ମହାପାତ୍ର , ସଭାପତି ଖୋର୍ଦ୍ଧା ଜିଲ୍ଲା ସ୍ଵାଧୀନତା ସଂଗ୍ରାମୀ ଓ ଉତ୍ତର ଦାୟଦ ସଂଗଠନ, ନିରଞ୍ଜନ ନାୟକ, ସଭାପତି ବୋଲଗଡ଼ ସାମ୍ବାଦିକ କ୍ଲବ୍, ପ୍ରମୋଦ କୁମାର ପ୍ରତାପ ସିଂ, ଆନନ୍ଦ କୁମାର ସୁନ୍ଦରାୟ, ସୁଧାଂଶୁ ଶେଖର ମିଶ୍ର, ଅବିନାଶ ମହାନ୍ତି, ହରପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଖଙ୍ଗୁରିଆ ପଞ୍ଚାୟତର ମାନ୍ୟଗଣ୍ୟ ବ୍ୟକ୍ତି ଓ ଯୁବକ ଆଗ୍ରହ ଉତ୍ସାହ ଯୋଗୁଁ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )