ପୋଖରୀ ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଉଦ୍ଧାର ।

0 955

ଭଞ୍ଜନଗର,୨୩/୦୨(ପିପିଟି); ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ଼ ଗ୍ରାମରେ ଶୌଚ ହେବାକୁ ଯାଇଥିବା ଜଣେ ଯୁବକ ହାଟ ପଦା ସାହିରେ ଥିବା ଏକ ପୋଖରୀ ନିକଟରେ ରକ୍ତ ଜୁବୁବୁଡୁ ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକମାନେ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଇଥିବା ବେଳେ ତାର ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।ପୂର୍ବରୁ ବ୍ରହ୍ମପୁର ଠାରେ ରହୁଥିବା ବ୍ରହ୍ମେଶ୍ୱର ମୁଳି(୨୮)ଙ୍କ ପରିବାର ଲୋକେ ଇନ୍ଦିରା ଆବାସ ଗୃହ ନିର୍ମାଣ ପାଇଁ ମୁଜାଗଡ଼ ବଡ଼ ଦାଣ୍ଡ ସାହିରେ ଗତ ଏକ ସପ୍ତାହ ହେଲା ଆସି ରହୁଛନ୍ତି। ଆଜି ଦିନ ୧୦ଟା ସମୟରେ ବ୍ରହ୍ମେଶ୍ୱର ପୋଖରୀକୁ ଶୌଚ ହେବାକୁ ଯାଉଥିବା ତାର ମାଆ କୁ କହି ଘରୁ ବାହାରିଥିଲା।କିଛି ସମୟ ପରେ ସ୍ଥାନୀୟ ଲୋକେ ପୋଖରୀ ନିକଟରେ ବ୍ରହ୍ମେଶ୍ୱର ର ବେକର ୨ଟି ସ୍ଥାନରେ ଓ ବାମ ହାତକୁ କୌଣସି ଧାରୁଆ ଅସ୍ତ୍ରରେ କେହି କାଟିଦେବା ଫଳରେ ପ୍ରବଳ ରକ୍ତସ୍ରାବ ଯୋଗୁଁ ସେ ଛଟପଟ ହେଉଥିବା ଦେଖି ତାର ପରିବାର ଲୋକଙ୍କୁ ଖବର ଦେଇଥିଲେ।ହେଲେ ଘଟଣା ସମ୍ପର୍କରେ କୌଣସି ସଠିକ ସୂଚନା ମିଳି ନଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.