ରକ୍ତଦାନ ଶିବିର ଅନୁଷ୍ଠିତ ।

0 132

କୋଦଳା,୨୦/୦୨(ପିପିଟି); “ରକ୍ତଦାନ ମହତଦାନ “, ରକ୍ତ ଅଭାବରୁ ବହୁ ଜୀବନ ହାନି ହେଉଥିବା ଜାଣିବାକୁ ମିଳୁଛି, ରକ୍ତ ଅଭାବରୁ କେହି ଯେପରି ମୃତ୍ୟୁ ମୁଖରେ ପଡିବେ ନାହିଁ ତାକୁ ନେଇ ବହୁ ଅନୁଷ୍ଠାନ ରକ୍ତଦାନ ଶିବିର ଆୟୋଜିତ କରି ରକ୍ତ ସଂଗ୍ରହ କରିଥାନ୍ତି ଏମିତି ରେ ବି ରକ୍ତଦାନ କରିବା ପାଇଁ ବହୁ ସମାଜସେବୀ ଆଗ୍ରହ ପ୍ରକାଶ କରିଥାନ୍ତି । ଏହାକୁ ନେଇ ରବିବାର କୋଦଳା “ମା ଲକ୍ଷ୍ମଣଚଣ୍ଡୀ ଅଟୋ ସଙ୍ଘ ” ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଦିଗାପଡା ରୋଡ଼ ସ୍ଥିତ ଅଟୋସଙ୍ଘ କାର୍ଯ୍ୟାଳୟ ପରିସର ରେ ବ୍ରହ୍ମପୁର ବଡମେଡିକାଲ ରକ୍ତସଂଗ୍ରହ କର୍ମକର୍ତ୍ତା ପଞ୍ଚାନନ ସେଠୀ, ରାମହରୀ ପଣ୍ଡା, ଦିବାକର ତ୍ରିପାଠୀ, ନାଗଭୁଷଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ୪୦ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ପ୍ରଥମେ ସନ୍ତୋଷ କୁମାର ନାୟକ ରକ୍ତଦାନ କରିଥିବା ବେଳେ ପରେ ପରେ ୩୯ ଜଣ ରକ୍ତଦାନ କରିଥିଲେ । ରକ୍ତଦାତାଙ୍କୁ ଉଚ୍ଚାହିତ କରିବା ପାଇଁ ସଙ୍ଘ ସଭାପତି ସଞ୍ଜୟ କୁମାର ପ୍ରଧାନ, ସମ୍ପାଦକ ବିଜୟ କୁମାର ସାହୁ, ଉପସଭାପତି ବିଜୁ ସାହୁ, ସହ ସମ୍ପାଦକ ବିଜୟ କୁମାର ପଣ୍ଡା, କୋଷାଧ୍ୟକ୍ଷ ବିଜୟ କୁମାର ଗୌଡ଼, ସୁଦର୍ଶନ ସ୍ୱାଇଁ, କୁନା ସାହୁ, ସନ୍ତୋଷ କୁମାର ମଲିକ ଓ ସମସ୍ତ ସଙ୍ଘ କର୍ମକର୍ତ୍ତା ଉପସ୍ଥିତ ଥିଲେ । ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଅଟୋସଙ୍ଘ ଏମିତି ଏକ ଶିବିର ଅନୁଷ୍ଠିତ କରିଥିବାରୁ ସାଧାରଣରେ ପ୍ରସଂଶା ସାଉଁଟିଛନ୍ତି ।

(ରିପୋର୍ଟ – ସୂର୍ଯ୍ୟ ନାରାୟଣ ବଡୁ। )

Leave A Reply

Your email address will not be published.