ପିଟଣାପଲି ରେ ୨୪ପ୍ରହର ନାମଯଜ୍ଞ ।

0 338

କୋଦଳା,୨୦/୦୨(ପିପିଟି);ଖଲିକୋଟ ବ୍ଲକ ତୁଳସୀପୁର ପଞ୍ଚାୟତ ଅନ୍ତର୍ଗତ ପିଟଣାପଲି ଗ୍ରାମରେ ଗୁରୁବାର ଠାରୁ ୨୪ ପ୍ରହର ନାମଯଜ୍ଞ ମହା ଆଡମ୍ବର ସହିତ ପାଳନ ହେଉଛି!ଗତବର୍ଷ ଏହି ଅନୁଷ୍ଠାନ ୫୦ ବର୍ଷ ପୂର୍ତ୍ତି ଅବସରରେ ୧୪ ଦିନ ବ୍ୟାପି ପଞ୍ଚ ମହାଯଜ୍ଞ ପାଳନ କରିଥିଲା । ଯଜ୍ଞ ପରେ ପରେ ମହାମାରୀ କରୋନା ପ୍ରଭାବ ଦେଖାଦେଇଥିଲା । ବର୍ତ୍ତମାନ କରୋନା କଟକଣାରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ ଏହିବର୍ଷ ୫୧ ବର୍ଷରେ ପଦାର୍ପଣ କରି ୨୪ ପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ପ୍ରତ୍ୟେକ ଦିନ ଦୂରଦୂରାନ୍ତ ରୁ ମହିଳା ଓ ପୁରୁଷ ନାମ ଥଳ ପହଞ୍ଚି ନାମ କୀର୍ତ୍ତନ ଗାନ କରୁଛନ୍ତି । ସନ୍ଧ୍ୟାରେ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ସମାଗମ ହୋଇ ପ୍ରଭୁଙ୍କ ଆଶୀର୍ବାଦ ଲାଭ କରୁଛନ୍ତି । ଗ୍ରାମ ରେ ଆଧ୍ୟାତ୍ମିକ ପରିବେଶ ଶୃଷ୍ଟି ହେଉଛି । ପ୍ରତ୍ୟକ ଘରେ ଅତିଥିଙ୍କ ଗହଳି ।ଗ୍ରାମବାସୀ ଏବଂ ଭକ୍ତଙ୍କ ପାଇଁ ଦୁଇଓଳା ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିବା ବେଳେ ଆଲୋକସଜ୍ଜା ଉଚ୍ଚ କୋଟିର ହୋଇଥିବା ଦେଖିବାକୁ ମିଳିଛି । ଏମିତି ୫୧ ବର୍ଷ ହେବ ଗ୍ରାମବାସୀଙ୍କ ସହଯୋଗ ରେ ଚାଲୁ ରହିଛି ଓ ଆଗକୁ ମଧ୍ୟ ଆଡମ୍ବର ସହକାରେ ନାମ କୀର୍ତ୍ତନ ଚାଲିବ ବୋଲି ନାମ କମିଟି ସଭାପତି ଲକ୍ଷ୍ମଣ ପ୍ରଧାନ କହିଛନ୍ତି । ଗ୍ରାମର ଯୁବଗୋଷ୍ଠୀ ସମସ୍ତ କ୍ଷେତ୍ରରେ ସହଯୋଗ କରୁଥିବା ଦେଖାଦେଇଛି ।ରବିବାର ନିତାଇଗୌର ଗ୍ରାମ ପରିକ୍ରମା କରି ଦଧିହାଣ୍ଡି ଭାଙ୍ଗି ପ୍ରସାଦ ସେବନ ସହିତ କାର୍ଯ୍ୟକ୍ରମ ଶେଷ ହେବ ବୋଲି ଜଣାପଡିଛି ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Leave A Reply

Your email address will not be published.