ହୃଦଘାତରେ ମୃତ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ପକ୍ଷରୁ ଶୋକ ସଭା ।

0 335

ବେଲଗୁଣ୍ଠା,୧୨/୦୨(ପିପିଟି), ଗଞ୍ଜାମ ଜିଲ୍ଳା କୋଦଳା ଅଞ୍ଚଳର ସାମ୍ବାଦିକ ଦିବାକର ପାଣ୍ଡୀ (ବାବୁଲା) ଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ସେ ଗତ ରାତ୍ରରେ ଅସୁସ୍ଥ ଅନୁଭବ ହେବାରୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ଚିକିତ୍ସା କରି ବ୍ରହ୍ମପୁର ପଠାଇଥିଲେ ତେବେ ବ୍ରହ୍ମପୁର ନେବା ବେଳେ ଅଧାବାଟରେ ଦିବାକରଙ୍କ ପ୍ରାଣବାୟୁ ଚାଲିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ସେ ‘ଓଡିଶା ଏକ୍ସପ୍ରେସ’ ଖବର କାଗଜର ସାମ୍ବାଦିକ ଥିଲେ ଏବଂ ମୃତ୍ୟୁ ସମୟରେ ପରିବାରର ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ । ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ପରିବାରକୁ ସାନ୍ତ୍ୱନା ଦେଇଥିଲେ । ଗ୍ରାମ ସ୍ମସାନ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶବଦାହ କରାଯାଇଛି । ସ୍ଵର୍ଗତ ପାଣ୍ଡୀଙ୍କ ଅକାଳ ବିୟୋଗରେ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ତରଫରୁ ଗଭୀର ଶୋକ ପ୍ରକାଶ କରାଯିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ଆହ୍ୱାନ କ୍ରମେ ଉପସଭାପତି ପ୍ରଭାତ ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ସହସମ୍ପାଦକ ସରୋଜ ଶତପଥୀ, କୋଷାଧ୍ୟକ୍ଷ ବିଭୁପାଦ ଜେନା, ସୁଶାନ୍ତ ବେହେରା, ସୁରେଶ ସୁବୁଦ୍ଧି, ଚନ୍ଦନ ସାହୁ, ମାଧବ ଚନ୍ଦ୍ର ଆପଟ, ଜଗନ୍ନାଥ ନାୟକ, ସନ୍ତୋଷ ତ୍ରିପାଠି, ଅକ୍ଷୟ ଶତପଥୀ ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ଆତ୍ମାର ସଦ୍‌ଗତି କାମନା କରିଥିଲେ ।

(ରିପୋର୍ଟ – ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.