ଭୁବନେଶ୍ବର,୦୫/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୯୭ । ବର୍ତ୍ତମାନ ସୁଦ୍ଧା ୭୮,୧୯,୯୦୭ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୫,୪୬୬ ଚିହ୍ନଟ ହୋଇଛନ୍ତି ୩,୩୨,୬୧୧ ଜଣ ସୁସ୍ଥ ହୋଇଥିବା ବେଳେ ୮୯୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୦୮ ଜଣଙ୍କର `ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୦୭୯,ସୁସ୍ଥ ସଂଖ୍ୟା ୫୨,୬୭୪, ଚିକିତ୍ସିତ ସଂଖ୍ୟା ୬୦, ମୃତ ସଂଖ୍ୟା ୩୩୫, କଟକ ଜିଲାରେ ଆକ୍ରାନ୍ତ ସଂଖ୍ୟା ୨୯,୦୬୩, ସୁସ୍ଥ ସଂଖ୍ୟା ୨୮,୮୨୬, ଚିକିତ୍ସିତ ସଂଖ୍ୟା ୯୧, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୭୮, ସୁସ୍ଥ ସଂଖ୍ୟା ୨୧,୬୧୨, ଚିକିତ୍ସିତ ସଂଖ୍ୟା ୧୦, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୯୭ ଜଣଙ୍କ ମଧ୍ୟରୁ ୫୮ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୩୯ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।