ନିଆଁ ଲାଗି ପୋଡିଗଲା ମେଗା ଜଳସେଚନ ପ୍ରକଳ୍ପର ପାଣି ପାଇପ ।

0 333

ଉଲୁଣ୍ଡା,୦୨/୦୨(ପିପିଟି);ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ସୋନପୁର- ସମ୍ବଲପୁର ରାସ୍ତାର ମେନକା ଯୋର ନିକଟ ଏକ ବିଲରେ ରଖାଯାଇଥିବା ମେଗା ଜଳସେଚନ ପ୍ରକଳ୍ପର ପାଣି ପାଇପରେ ନିଆଁଲାଗି ପୋଡି ପାଉଁଶ ହୋଇଯାଇଛି । ଖବରରୁ ପ୍ରକାଶ ଯେ ଉଲୁଣ୍ଡା ଅଂଚଳରେ ମେଗା ଜଳସେଚନ ପ୍ରକଳ୍ପ ର ପାଇପ ପୋତା କାମ ଜୋରସୋରରେ ଚାଲିଥିବାବେଳେ ଅଂଚଳରେ ବିଭିନ୍ନ ସ୍ଥାନରେ ପାଣି ପାଇପ ଗୁଡିକ ରଖାଯାଇଛି । ଗତକାଲି ମେନକା ଯୋର ନିକଟ ପାଖ ବିଲରେ କେହି ନିଆଁ ଲଗାଇ ଦେଇଥିବାରୁ ପାଇପ ଥିବା ବିଲକୁ ନିଆଁ ଚାଲିଯାଇଥିଲା । ଫଳରେ ଲକ୍ଷାଧିକ ପାଣି ପାଇପ ସବୁ ପୋଡି ନଷ୍ଟ ହୋଇଯାଇଛି । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ସେତିକି ବେଳକୁ ଅଧିକାଂଶ ପାଇପ ଜଳି ସାରିଥିଲା । ଠିକାଦାରଙ୍କ ଦାୟିତ୍ବହୀନତା କାରଣରୁ ଏଭଳି ଘଟିଥିବା କୁହାଯାଉଛି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.