ଜୀବନ ଦେଉଛି ଯନ୍ତ୍ରଣା।

0 574

ବୋଲଗଡ,୩୦/୦୧(ପିପିଟି); ଜୀବନ ଦେଉଛି ଯନ୍ତ୍ରଣା।ମାତ୍ର ୩ବର୍ଷ ବୟସରୁ ଅଜଣା ରୋଗରେ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲା ସାଗରୁଗା ପଞ୍ଚାୟତ ଗୋଡ଼ିଆଳି ଗ୍ରାମର ମାଧବ ରାଉତରାୟକ ପୁଅ ମାନସର ଚିକିତ୍ସାରେ ଅର୍ଥ ସାଜିଛି ବାଧକ।ସରକାରୀ ସହାୟତାକୁ ଆନାଇ ବସିଛନ୍ତି ପରିବାର। ଆଶା ଥିଲା ପୁଅ ବଡ଼ ହେବ ବୁଢା ବୟସରେ ହେବ ଆଶା ବାଡି କିନ୍ତୁ ସେ ଆଶା ସବୁ ଆଶାରେ ରହିଗଲା। ବୟସ ବଢୁଛି ତା ସହ ବଢ଼ୁଛି ଯନ୍ତ୍ରଣା। ଯେଉଁ ବୟସରେ ବାପା ମା ଙ୍କ ସେବା କରିଥାନ୍ତି ସେ ଆଜି ବାପାମାଆଙ୍କ ସେବାରେ ବଞ୍ଚିଛି। ପିଲାବେଳୁ ମାନସ ଠିକ୍ ଥିଲା ଚଲା ବୁଲା କରୁଥିଲା ସେତେବଳେ ମାତ୍ର ୩ବର୍ଷର ହୋଇଥିଲା ହଠାତ୍ ଗୋଡ ହାତ ମୋଡି ମୋଡ଼ି ହୋଇଗଲା ପୁଅର ଏମିତି ଅବସ୍ଥା ଦେଖି ମାଧବ ତାଙ୍କୁ ଅନେକ ଡାକ୍ତର ଏବଂ ମେଡିକାଲ ନେଇ ଚିକିତ୍ସା କରିଥିଲେ କିନ୍ତୁ କିଛି ସୁଫଳ ହେଲାନାହିଁ । ପରେ ରୋଗ ବଢ଼ି ବଢ଼ି ସଂପୂର୍ଣ୍ଣ ଶରୀର କୁ ଅଚଳ କରିଦେଲା। ମେଡ଼ିକାଲ କି ଡାକ୍ତର ପାଖକୁ ଯିବା ପାଇଁ ସାହାସ ନଥିଲା କାରଣ ପାଖରେ ଅର୍ଥ ନାହିଁ। ସେବେଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୩୦ବର୍ଷ ହେବ ଗୋଟିଏ ଜାଗାରେ ପଡ଼ିରହିଛି ।ସେଇଠି ଖାଇବା ପିଇବା। ସରକାରୀ ସହାୟତାକହିଲେ ବିକଳାଙ୍ଗ ଭତ୍ତା ଏବଂ ସାଇକେଲଟିଏ ପହଞ୍ଚିଛି ମାନସଙ୍କ ନିକଟରେ । ତେଣୁ ସ୍ଥାନୀୟ ପ୍ରଶାସନ କିମ୍ବା ସରକାର ଯଦି ମାନସ ର ଚିକିତ୍ସା ଦାଇତ୍ୱ ନିଅନ୍ତେ କିମ୍ୱା ଯଦି କିଛି ଆର୍ଥିକ ସହାୟତା କରନ୍ତେ ତେବେ ଅସହାୟ ମାନସ ଉପକୃତ ହୁଅନ୍ତେ।ଯଦି କୌଣସି ସହୋଦର ବ୍ୟକ୍ତି କିମ୍ୱା ସେଚ୍ଛାସେବୀ ସଂଗଠନ ମାନସଙ୍କୁ ସହାୟତା କରିବାକୁ ଚାହୁଛନ୍ତି 7008405567 ନଂ ରେ ଯୋଗାଯୋଗ କରନ୍ତୁ କିମ୍ବା ଆକାଉଣ୍ଟ ନଂ 34934952491 ସହାୟତା ପ୍ରଦାନ କରିପାରିବେ।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.