ବୋଲଗଡ଼,୨୭/୦୧(ପିପିଟି); ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମପଞ୍ଚାୟତ ର ଗୋଡିଆଳି ଗ୍ରାମରେ ଏକ ପ୍ରାଇମେରୀ ସ୍କୁଲ୍ , ମାଧ୍ୟମିକ ସ୍କୁଲ୍ ଓ ଗୋଟିଏ ଅଙ୍ଗନୱାଡି କେନ୍ଦ୍ର ଗୋଟିଏ ହତା ଭିତରେ ଅବସ୍ଥିତ। ଯାହାକି ଶହେ ପଚାଶ ଜଣପିଲାଙ୍କୁ ଏହିଠାରେ ଶିକ୍ଷାଦାନ କରାଯାଇଥାଏ। କିନ୍ତୁ ଦୁଃଖର ବିଷୟ ଏଠାରେ ପିଲାମାନଙ୍କ ମୁଣ୍ଡ ଉପରେ ସଦାସର୍ବଦା ବିପଦ ଝୁଲି ରହିଅଛି। କାରଣ ଠିକ୍ ସ୍କୁଲ୍ ମଝି ଉପର ଦେଇ ତେତିଶ କେଭି ତାର ଯାଇ ଅଛି। ଯାହାକି ଛୋଟ ଛୋଟ ପିଲାମାନଙ୍କ ପ୍ରତି ବିପଦ ସୃଷ୍ଟି ନହେବ ଯେ ଏ କଥା କିଏ କହିପାରିବ। ସ୍କୁଲର ପ୍ରଧାନ ଶିକ୍ଷକ, ସ୍କୁଲକମିଟି ଓ ଗ୍ରାମବାସୀ ବିଦ୍ୟୁତ ବିଭାଗକୁ ଏହି ବିଷୟରେ ଏପରି କି ବାର ବର୍ଷହେବ ବାରମ୍ଵାର ଅଭିଯୋଗ କରିଥିଲେ ମଧ୍ୟ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ କାର୍ଯ୍ୟରେ ଅବହେଳା ଯୋଗୁଁ ଆଜି ପର୍ଯ୍ୟନ୍ତ ତାହାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇପାରିଲେ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଦ୍ୟୁତ ବିଭାଗ ର କୌଣସି ପ୍ରତିକ୍ରିୟା ନାହିଁ ।ଦେଖାଯାଉ ବିଦ୍ୟୁତ ବିଭାଗର ନିଦ୍ରାକେବେ ଭାଙ୍ଗୁଛି। ଯଦି ଭବିଷ୍ୟତରେ ପିଲାଙ୍କ ପାଇଁ ବିପଦ ସୃଷ୍ଟି ହେବ ସେଥିପାଇଁ ଦାୟୀ ରହିବ କିଏ ତାହାହିଁ ପ୍ରଶ୍ନବାଚି ସୃଷ୍ଟି କରିଛି।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )