ଦୀର୍ଘଦିନ ଧରି ଅଚଳ ଅବସ୍ଥାରେ ନଳକୂପ,ବାରମ୍ବାର ନିବେଦନ କରିଥିଲେ ମଧ୍ୟ ପ୍ରଶାସନ ନୀରବ ।

0 409

ବୋଲଗଡ଼,୨୦/୦୧(ପିପିଟି); ସରକାର ପାନୀୟ ଜଳର ସମସ୍ୟାକୁ ଗୁରୁତ୍ବ ଦେଇ ପ୍ରତ୍ୟେକ ଗ୍ରାମରେ ପ୍ରତିଟି ପରିବାର ନିକଟରେ ଜଳ ଯୋଗାଣ ବ୍ୟବସ୍ଥା ହେବାର ପ୍ରତିଶୃତି ଦେଇ ଥିବା ବେଳେ ସେସବୁ କେତେଦୂର ପୁରଣ କରୁଛନ୍ତି ତାହା ବାରିହୋଇ ପଡୁଛି। ସାଗରଗୁଆଁ ପଞ୍ଚାୟତର ଗୋଡିଆଳି ଗ୍ରାମରେ ଥିବା ନଳ କୂପ ଟି ଆଜକୁପ୍ରାୟ ଦୁଇ ବର୍ଷ ହେବ ଅଚଳ ହୋଇ ପଡିଛି। ଏପରିକି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇ ପଡିଛି। ଯାହା ଉପରେ ଗ୍ରାମର ପ୍ରାୟ ତିରିଶି ଟି ପରିବାର ନିର୍ଭର କରୁଥିଲେ। କିନ୍ତୁ ନଳକୂପ ଟି ଅଚଳ ହୋଇ ଜିବାପରେ ପିଇବା ପାଣି ପାଇଁ ଅସୁବିଧା ହେଉଥିବାର ଗ୍ରାମର ମହିଳା ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରି କି ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେହି ନଳକୂପ ନିକଟରେ ସରକାର ଙ୍କର ତିନୋଟି ଶିକ୍ଷା ଅନୁଷ୍ଠାନର ଯଥା ପ୍ରାଥମିକ ବିଦ୍ୟାଳୟ, ମାଧ୍ୟମିକ ବିଦ୍ୟାଳୟ ଓ ଅଙ୍ଗନୱାଡିର ଛାତ୍ର ଛାତ୍ରୀ ମାନେ ପ୍ରାୟ ଶହେ ରୁ ଶହେ ପଚାଶ ପିଲା ମାନେ ଓ ମଧ୍ୟାହ୍ନ ରୋଷେଇ ପାଇଁ ଏହି ନଳକୂପରେ ନିର୍ଭର କରିଥାନ୍ତି। ଗ୍ରାମ ବାସୀ ଅନେକ ଥର ଜଳଯୋଗାଣ ବିଭାଗ ଓ ସ୍ଥାନୀୟ ପ୍ରଶାସନ ନିକଟରେ ଗୁହାରି କରି ଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ସୁଫଳ ମିଳି ପାରିନାହିଁ।ତେଣୁ ସ୍ଥାନୀୟ ପ୍ରଶାସନ ତୁରନ୍ତ ନଳକୂପଟିର ମରାମତି କଲେ ସମସ୍ୟାର ସମାଧାନ ହୋଇ ପାରନ୍ତା। ତତ୍ ସହିତ ଏହିଅଞ୍ଚଳ ରେ ଜଳରେ ଫ୍ଲୋରାଇଡ ମିଶ୍ରିତ ହୋଇ ରହୁଥିବାରୁ ସୋଲାର ଚାଳିତପମ୍ପ ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.