ଆସ୍କା କେନ୍ଦ୍ରୀୟ ବିଦ୍ୟାଳୟରେ ତିନି ଛାତ୍ର ଛାତ୍ରୀଙ୍କୁ ଇଂନସ୍ପାଇଡ଼ ୱାଆର୍ଡ ପ୍ରଦାନ

0 469

ଆସ୍କା,୧୪/୦୧; ଗଞ୍ଜାମ ଜିଲ୍ଲା ଆସ୍କା ନିକଟସ୍ଥ କଲେଜ ଛକ ଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ର ତିନି ଛାତ୍ର ଛାତ୍ରୀ ଇଂନସ୍ପାଇଡ଼ ୱାର୍ଡରେ ସ୍ଥାନ ଅଧିକାର କରିଛନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ଇଂନସ୍ପାଇଡ଼ ୱାଆର୍ଡ଼ ରେ ଗଞ୍ଜାମ ଜିଲ୍ଲାର ବହୁ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିବାବେଳେ ଆସ୍କା କେନ୍ଦ୍ରୀୟ ବିଦ୍ୟାଳୟର ତିନି ଛାତ୍ର ଛାତ୍ରୀଙ୍କୁ ମନୋନୀତ କରାଯାଇ ଜଣ ଜଣକୁ ୧୦,୦୦୦ (ଦଶ ହଜାର) ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ପ୍ରୋତ୍ସାହନ ରାଶି ପାଇଥିବା ଛାତ୍ର ଛାତ୍ରୀ ମାନେ ହେଲା ସପ୍ତମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ପଟ୍ଟନାୟକ ,ଷଷ୍ଠ ଶ୍ରେଣୀ ଛାତ୍ରୀ ଶ୍ରୀୟା ସଂସ୍କୃତି ନାୟକ,ସପ୍ତମ ଶ୍ରେଣୀ ଛାତ୍ର ସୃଭ୍ରାଂଶୁ ରଞ୍ଜନ ଜେନା । ଏହି ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ମାନେ ନୂତନ ବିଜ୍ଞାନ ଜ୍ଞାନ କୌଶଳରେ ନିଜ ନିଜ ପ୍ରତିଭା ପାରଦର୍ଶିତା ଦେଖେଇବା ପାଇଁ ଗୋଟିଏ ଗୋଟିଏ ନୂତନ ପ୍ରୋଜେକ୍ଟ ଯାହାକି ସମାଜରେ କିଛି ନୂତନ ବାର୍ତ୍ତା ଦେଇପାରିବ, ସେହିପରି ପ୍ରୋଜେକ୍ଟ କରି ଅନ ଲାଇନରେ ପ୍ରୋଜେକ୍ଟ ସହ ନିଜ ନିଜ ବିଦ୍ୟାଳୟ ଠିକଣା ରେଜିଷ୍ଟ୍ରେସନ କରିଥାନ୍ତି। ଏହାକୁ ଜିଲ୍ଲା ସ୍ତରୀୟକୁ ମନୋନୀତ ହେବା ପରେ ରାଜ୍ୟ ସ୍ତରୀୟ ଓ ପରେ ଜାତୀୟ ସ୍ତରରେ ପହଞ୍ଚି ପାରିବ ର ସମ୍ବାବନ ରହିଥାଏ । ଯାହା ଦ୍ୱାରା ଆଜିର ଛାତ୍ର କାଲିର ଜଣେ ପ୍ରତିଷ୍ଠିତ ବୈଜ୍ଞାନ ହୋଇପାରିବେ ବୋଲି ଅବିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କହିଛନ୍ତି । ଏହି ତିନି ଛାତ୍ର ଛାତ୍ରୀଙ୍କୁ ବରିଷ୍ଠ ସମାଜ ସେବୀ ବଂଶୀଧର ନାହାକ ଶୁଭେଚ୍ଛା ଜଣେଇବା ସହ ଆଘାକୁ କିପରି ନିଜ ଅଞ୍ଚଳ ଟେକ ରଖିବେ ସେଥିପାଇଁ ସେମାନଙ୍କ ଉପରେ ମୋର ଯଥେଷ୍ଟ ଆଶା ଭରସା ରହିଛି ବୋଲି କହିଛନ୍ତି ।

(ରିପୋର୍ଟ ସୌଜନ୍ୟ- ଗଣେଶ ଡାକୁଆ। )

Leave A Reply

Your email address will not be published.