ସମାଜସେବୀ ନିକୁଞ୍ଜ କିଶୋର ପଣ୍ଡାଙ୍କ ପରଲୋକ।

0 368

ତିର୍ତ୍ତୋଲ,୦୩/୦୧(ପିପିଟି); ତିର୍ତ୍ତୋଲ ବ୍ଲକ୍ ର ଜଣାଶୁଣା ସମାଜସେବୀ ତଥା ଵିଜୁ ଜନତା ଦଳର ଦକ୍ଷ ସଂଗଠକ ନିକୁଞ୍ଜ କିଶୋର ପଣ୍ଡା ୫୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ଜନ୍ମ ସ୍ଥାନ କନକପୁର ଶାସନ । ଵିପିନ୍ ପଣ୍ଡା ନାମରେ ସର୍ବସାଧାରଣ ରେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ । ସେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ସେ ଜଣ୍ଡିସ ରୋଗରେ ପୀଡିତ ଥିଲେ । ଗତକାଲି ରାତିରେ ସେ ଗୁରୁତର ଅସୁସ୍ଥ ହେବାପରେ କଟକ ମେଡ଼ିକାଲକୁ ନେଵା ଵାଟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ମୃତ ଶରୀରକୁ ପୁରୀ ନିଆଯାଇ ସ୍ଵର୍ଗଦ୍ଵାର ରେ ଦାହ ସଂସ୍କାର କରାଯାଇଛି । ତାଙ୍କ ଵିୟୋଗ ରେ ତିର୍ତ୍ତୋଲ ବ୍ଲକ ବିଜେଡି ଯୁବ ନେତା ଅରୁଣ ମହାପାତ୍ର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି।)

Leave A Reply

Your email address will not be published.