ଏଟିଏମ୍ ବଦଳାଇ ଠକେଇ ମାମଲାରେ ଯୁବକ ଗିରଫ ।

0 317

ଭଞ୍ଜନଗର,୩୧/୧୨(ପିପିଟି);ଗାଲେରୀ ଗ୍ରାମର ଭଗବାନ ଗୌଡ଼ ନିଜ ଏଟିଏମ୍ କାର୍ଡ ଧରି ଟଙ୍କା ଉଠାଇବାକୁ ଯାଇଥିବା ବେଳେ ସେଥିରେ ସକ୍ଷମ ନହେବାରୁ ସଞ୍ଜୀବ କୁମାର ମହାରଥା ନାମକ ଜଣେ ଯୁବକକୁ ସାହାଯ୍ୟ କରିବାକୁ କହିଥିଲେ। ଏହାର ସୁଯୋଗରେ ସଞ୍ଜୀବ ପାସ ୱାର୍ଡନଂ ମାଗି ଭଗବାନକୁ ଟଙ୍କା ବାହାରୁ ନଥିବା କହି ଏକ ନକଲି ଏଟିଏମ କାର୍ଡ ଫେରାଇ ଦେଇଥିଲେ। ଏହାପରେ ସଞ୍ଜୀବ ସେହି ଏଟିଏମ କାର୍ଡ ଦ୍ୱାରା ଭଞ୍ଜନଗର ଆସି ବିଭିନ୍ନ ଦୋକାନରୁ ମୂଲ୍ୟବାନ ସାମଗ୍ରୀ କିଣିଥିଲା। ଏକାଉଣ୍ଟରୁ ଟଙ୍କା କଟିବା ଦେଖି ଭଗବାନ ଗତ ୨୮ତାରିଖରେ ଥାନାରେ ଏସମ୍ପର୍କରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ଦୋକାନର ସିସି ଟିଭି ଫୁଟେଜ ଆଧାରରେ ସଞ୍ଜୀବକୁ ଗିରଫ କରିବା ସହ ତାଠାରୁ ନଗଦ ୪୪ହଜାର ଟଙ୍କା ଓ ୪ଟି ଏଟିଏମ କାର୍ଡ ଜବତ କରିଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ କହିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.