ବୋଲଗଡ଼,୩୧/୧୨(ପିପିଟି);ଆମେ ଚାରିଭଉଣୀ ପାଠପଢିବାରେ ଇଛାଅଛି ପାଖରେ ଅର୍ଥନାହିଁ ଆମେ ଖାଇବାକୁ ପାଉନାହୁ ବାପାଙ୍କର ପାଟିରେ କ୍ୟାନସର ହୋଇଅଛି। ଆମକୁ ସାହାଯ୍ୟ କରନ୍ତୁ ଏ କଥା ନିଜେ କହିଛନ୍ତି କୁନୀଝିଅ ସୁଭସ୍ମୀତା। ଘଟଣାଟି ହେଉଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ବଡକୁମ୍ଭାରି ପଂଚାୟତର ମାଣିକ ପୁର ଗ୍ରାମର ବିରଞ୍ଚି ପ୍ରଧାନଙ୍କର ଯେକି ଆଜକୁ ଦୁଇବର୍ଷହେବ ପାଟିରେ ହୋଇଥିବା କ୍ୟାନସର ରୋଗ ରେ ପୀଡିତ। ଦୁଇଥର ଅପରେଶନ ହୋଇଥିଲେମଧ୍ୟ କିଛି ସୁଫଳ ମିଳୁନାହିଁ। ସାହାଯ୍ୟସହଯୋଗ ଏବଂ ଗ୍ରାମବାସୀଙ୍କର ସହାୟତାରେ ଯାହା ଧନରାଶି ଥିଲା ସେ ନିଜ ଦେହରେ ଲଗାଇସାରିଲେଣି ଏପରିକି ନିଜେ ରହୁଥିବା ଘରକୁ ବନ୍ଧାପକାଇ ସାରିଲେଣି। ଜମି ବାଡି କହିଲେ କିଛି ନାହିଁ। ଆଜି ସେ ନିଃସହାୟ। ଘରର ଏକମାତ୍ର ରୋଜଗାରିଆ ଥିଲେ ବିରଞ୍ଚି ତାଙ୍କ ଉପରେ ପରିବାରର ଆଠପ୍ରାଣି କୁଟୁମ୍ବର ଭରଣ ପୋଷଣ କରୁଥିଲେ। ଘରେ ଚାରୋଟି ଛୋଟ ଛୋଟ ଝିଅ ବୃଦ୍ଧ ବାପା ମା ଓ ନିଜପତ୍ନୀ ଏପରିକି ନିଜ ମାଙ୍କର ପାରାଲେସିସ ରୋଗରେ ପୀଡ଼ିତ। ବିରଞ୍ଚି ଆଜି ମଧ୍ୟ କ୍ୟାନସର ରୋଗରେ ପୀଡ଼ିତ ନାଁ ଆହା କହିବାକୁ କିଏଅଛି ସାହାହେବାକୁ ଧନ ଅଛି। ଆଠପ୍ରାଣୀ ଜିବନ ଆଜି ଦୁର୍ଦିନରେ। ସରକାରୀ ସହାୟତା ସେମାନଙ୍କ ପାଇଁ ସତରେ ସାତ ସପନ। ଜଦି କେହି ସହୃଦୟ ବ୍ୟକ୍ତି ସେମାନଙ୍କୁ ସାହାଯ୍ୟ କରନ୍ତେ ବିରଞ୍ଚିଙ୍କର ଚିକିତ୍ସା ହୋଇପାରନ୍ତା। ଓ ଅସହାୟ ପରିବାର ଟିର ଦୁଃଖ ଦୂର ହୋଇ ପାରନ୍ତା। ତେଣୁ ସ୍ୱାସ୍ଥ୍ୟ ବିଭାଗ, ସ୍ଥାନୀୟ ପ୍ରଶାସନ ଯଦି ଏହିଅସହାୟ ପରିବାରଟିକୁ ସହଯୋଗ କରନ୍ତେ ଏବଂ ବିରଞ୍ଚିଙ୍କର ଚିକିତ୍ସା ଭାରନିଅନ୍ତେ ହୁଏତ ସେମାନଙ୍କ ମୁହଁରେ ଖୁସି ଫେରିପାରନ୍ତା । ଦେଖିବା କେବେ ପ୍ରଶାସନର ନିଦଭାଙ୍ଗୁଛି ଅସହାୟ ପରିବାର ଏ ଯନ୍ତ୍ରଣାରୁମୁକ୍ତ ହୋଇପାରୁଛି। ବିରଞ୍ଚି ଙ୍କର ଫୋନନମ୍ବର-7277220566,ବ୍ୟାଙ୍କ୍ ଖାତାନମ୍ବର-31791475315,(SBI)
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )