ବିଜୁ ପଟ୍ଟନାୟକ ସ୍ୱଚ୍ଛନ୍ଦ୍ୟ କେନ୍ଦ୍ର ଉଦ୍‌ଘାଟିତ ।

0 480

ଭଞ୍ଜନଗର,୩୦/୧୨(ପିପିଟି); ଓଡିଶା ରାଜ୍ୟ ପର୍ଯ୍ୟଟନ ବିଭଗ ତରଫରୁ ଭଞ୍ଜନଗର ଶିଶୁ ଉଦ୍ୟାନ ଫାଟକ ନିକଟରେ ଏକ ସ୍ୱଚ୍ଛନ୍ଦ୍ୟ କେନ୍ଦ୍ରକୁ ମୁଖ୍ୟ ଅତିଥି ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଅପରାହ୍ନରେ ଉଦଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ବିଡ଼ିଓ ଅନୀଲ କୁମାର ସେଠୀ ମଞ୍ଚରେ ଉପସ୍ଥିତ ଥିଲେ। ଶୂଳପାଣି ଶତପଥୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।୨କୋଟି ଟଙ୍କା ବ୍ୟୟ ରେ ନିର୍ମିତ ଏହି କେନ୍ଦ୍ରରେ ପର୍ଯ୍ୟଟକମାନଙ୍କ ପାଇଁ ରୋଷେଇ ଘର, ଭୋଜନ କକ୍ଷ, ସଭା ଗୃହ,୪ଟି ଶୟନ କକ୍ଷ ଓ ପୁରୁଷ, ମହିଳା ଏବଂ ଭିନ୍ନକ୍ଷମ ମାନଙ୍କ ପାଇଁ ଶୌଚାଳୟ ର ବ୍ୟବସ୍ଥା ରହିଛି। ପର୍ଯ୍ୟଟନ ବିଭଗର ଏହି କେନ୍ଦ୍ର ଯୋଗୁଁ ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନର ଲୋକପ୍ରିୟତା ଆଶାତୀତ ଭାବେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.