ଜଗତସିଂହପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଲିସ ଏଏସଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ।

0 587

ଜଗତସିଂହପୁର,୩୦/୧୨(ପିପିଟି); ଗତସିଂହପୁରରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବାର ଖବର ମିଳିଛି।ଜଗତସିଂହପୁରର ପୁଲିସ ଏଏସଆଇ ରବୀନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ତାଙ୍କର ଏରସମା ଥାନା ପୈତୃକ ଘର ସମେତ ତିନିଟି ସ୍ଥାନରେ ଏକ ସାଙ୍ଗରେ ଚଢ଼ାଉ ଜାରି ରହିଛି। ୩ଟି ସ୍ଥାନରେ ୨୫ ଜଣିଆ ଟିମ୍‌ ଏହି ଚଢ଼ାଉ କରୁଥିବାର ସୂଚନା ରହିଛି ।ମକୁନ୍ଦପୁରରେ ନିଜ ଘର, ଏରସମା ପଂଚପଲ୍ଲୀ ନିକଟ ଗଡ଼ ବିଶୁନୁପୁର ପଂଚାୟତର ଆନନ୍ଦପୁର ଗାଁ ପୈତୃକ ଘର ଓ ଭୁବନେଶ୍ୱର ହଂସପାଳ ଆପର୍ଟମେଣ୍ଟ ରେ ଏକକାଳୀନ ଚଢ଼ାଉ କରାଯାଇଛି। ୧୦ ରୁ ଅଧିକ ବ୍ୟାଙ୍କ ପାସ ବୁକ, ସୁନା ଗହଣା ମିଳିଥିବା ସୂଚନା ମିଳିଛି।, ଲକର ଖୋଲା ଗଲେ ଅଧିକ ଟଙ୍କା ଓ ସୁନା ମିଳିପାରେ ବୋଲି କୁହାଯାଉଛି। ତିନୋଟି କୋଠାର ମୂଲ୍ୟ ଦେଢ଼ କୋଟିରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Leave A Reply

Your email address will not be published.