ଜୁଆ ଆଡ୍ଡାରେ ପୁଲିସର ଚଢ଼ାଉ; ନଗଦ ଟଙ୍କା ଜବତ ସହ ଚାରି ଜୁଆଡି ଗିରଫ ।

0 415

ବେଲଗୁଣ୍ଠା,୩୦/୧୨(ପିପିଟି); କିଛି ଦିନର ନୀରବତା ପରେ ପୁଣି ଥରେ ପୁଲିସ ହାତରେ ଧରା ପଡିଛନ୍ତି ଅମାନିଆ ଜୁଆଡ଼ି । ଗତ କାଲି ରାତ୍ରିରେ ଗାଙ୍ଗପୁର ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏହି ଥାନା ଅନ୍ତର୍ଗତ ଲଣ୍ଡାଜୁଆଳି ଗ୍ରାମର ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ଚାରି ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୧୪,୬୫୦ ଟଙ୍କା ଜବତ କରିଥିଲା । ସୂଚନା ଥାଉକି ଚଳିତ ବର୍ଷ କରୋନା କଟକଣା ସମୟରୁ ହିଁ ବହୁ ଜୁଆଡ଼ି ପୋଲିସ୍ ଚଢାଉର ଶିକାର ହୋଇ ଗିରଫ ହୋଇଥିଲେ ମଧ୍ୟ କିଛି ଜୁଆଡ଼ି ଅମାନିଆ ଭାବରେ ଜୁଆରେ ମାତି ବାରମ୍ବାର ପୋଲିସ୍ ହାତରେ ଧରା ଦେଉଛନ୍ତି । ଆଗାମୀ ଦିନରେ ଗାଙ୍ଗପୁର ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଜୁଆ ମୁକ୍ତ କରିବା ପାଇଁ ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରାଯିବ ବୋଲି ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.