ଉଲୁଣ୍ଡା,୨୯/୧୨(ପିପିଟି) : ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଂଚକତା କରୁଥିବା ଅଭିଯୋଗରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉଲୁଣ୍ଡା ବିଜେପି ପକ୍ଷରୁ ବିକ୍ଷୋଭ କରାଯିବ ସହ ଉଲୁଣ୍ଡା ଥାନାରେ ଏକ ମାମଲା ରୁଜୁ କରାଯାଇଛି ।ଏଥିରେ ଉଲୁଣ୍ଡା ବ୍ଲକର ବହୁ ବିଜେପି କର୍ମୀ ସାମିଲ ହୋଇଥିଲେ । ସେହିଭଳି ବିରମହାରାଜପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିରମହାରାଜପୁର ବ୍ଲକ ବିଜେପି ପକ୍ଷରୁ ବିକ୍ଷୋଭ ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିରମହାରାଜପୁର ଥାନାରେ ଏତଲା ଦିଆଯାଇଛି । ରାଜ୍ୟ ସରକାର ଏହି କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ପାଇଁ ରୀତିମତ ଉଦ୍ୟମ ଚଲାଇଥିବାବେଳେ ଏହି ଆବାସ ଯୋଜନାରେ ଗ୍ରାମୀଣ ଲେଖିବା ସହ ବିଜୁ ପକ୍କାଘର ଲେଖି ନିର୍ମତ ଗୃହରେ ପୋଷ୍ଟର ମାରୁଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଏଥିରେ ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ କିଶୋର କୁମାର ହୋତାଙ୍କ ନେତୃତ୍ୱରେ ଜିଲ୍ଲା ଉପ ସଭାପତି ସତ୍ୟବ୍ରତ ମିଶ୍ର,ଜିଲ୍ଲା ସାଧାରଣ ସମ୍ପାଦିକା ନଳିନୀ ପଣ୍ଡା,ଆଇଟି ସେଲ କୋଅର୍ଡିନେଟର ବେଣୁଧର ଦାସ,ଏକଲବ୍ୟ ବେହେରା,ଗୌର ଜଗଦଲା,ରମେଶ ପଣ୍ଡା,ସୁମନ୍ତ ଜଗଡଲା,ଉମାସଙ୍କର ପଣ୍ଡା ପ୍ରମୁଖଙ୍କ ସହ ଅନ୍ୟମାନେ ସାମିଲ ଥିଲେ ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)